ବାପାକୁ ହାଣି ପୁଅ ଫେରାର୍

Published By : Prameya-News7 Bureau | January 02, 2020 IST

ସୋନପୁର  ୦୨।୦୧: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବୈରାଗୀପାଲି ଗାଁରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ହାଣି ବାପାକୁ ହତ୍ୟା କଲା ପୁଅ । ମୃତକଙ୍କ ନାମ ବଣ୍ଡା ଘଟା । ଅଭିଯୁକ୍ତ ପୁଅ ଚାନ୍ଦୁ ଘଟା ଏହି ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କିପରି ଏଭଳି ଘଟଣା ଘଟିଲା ତାହାର ଛାନଭିନ୍ ଜାରି ରଖିଛି ପୋଲିସ ।

{"id":205763,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.