ପିତାଙ୍କୁ ହତ୍ୟା କରି ୨୫ ଟୁକୁରା କଲା ପୁଅ, ଚିକେନ ସେଣ୍ଟର ପ୍ଲାଷ୍ଟିକ ଥଳିରେ ପୁରାଇଥିଲା ମାଂସ

Published By : Prameya-News7 Bureau | May 22, 2019 IST

ନୂଆଦିଲ୍ଲୀ ୨୨।୫:  ସମ୍ପତ୍ତି ପାଇଁ ଲାଗିରହିଥିବା ବିବାଦ ଯୋଗୁ ଜଣେ ପୁଅ ତା ଜନ୍ମକଲା ବାପାକୁ ହତ୍ୟା କରି ୨୫ଟୁକୁରା କରିବା ଘଟଣା ବୁଧବାର ଦିଲ୍ଲୀ ଶାହଦରା ଅଞ୍ଚଳରେ ଚା଼ଞ୍ଚଲ୍ୟ ସୃଷ୍ଟି କରିଛି । ଶବକୁ ଟୁକୁରା ଟୁକରା କରିବା ପରେ ଚିକେନ ସେଣ୍ଟରରୁ ଆଣିଥିବା ପ୍ଲାଷ୍ଟିକ ଥଳିରେ ପୁରାଇ ସାଙ୍ଗ ସହ ଫିଙ୍ଗିବାକୁ ଯାଉଥିଲା।  ତେବେ ପଡୋସୀଙ୍କ ସୂଚନା ପାଇ ପୋଲିସ ଚଢଉ କରିବାରୁ କଟା ମାଂସ ସହ ହତ୍ୟାକାରୀ ପୁଅ ଓ ତା ସାଙ୍ଗକୁ ଗିରଫ କରିଛି ପୋଲିସ।

{"id":114839,"align":"center"}
ପିତା ସନ୍ଦେଶ ଅଗ୍ରଓ୍ବାଲ

ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶାହଦରା ଅଞ୍ଚଳର ଫର୍ସ ବଜାରରେ କେଫେ ଚଳାଉଥିବା ଅମନ ଅଗ୍ରଓ୍ବାଲ ଏହି କାଣ୍ଡ କରିଛି । ସେ ତାର ପିତା ସନ୍ଦେଶ ଅଗ୍ରଓ୍ବାଲଙ୍କୁ ହତ୍ୟା କରି ଅପରାଧକୁ ଲୁଚାଇବା ପାଇଁ ଟୁକୁରା ଟୁକୁରା କରି କାଟି ଚିକେନ ଥଳିରେ ପୁରାଇଥିଲା। ସନ୍ଦେଶଙ୍କର ଭୋଳାନାଥ ନଗରରେ ଏକ ପ୍ରପର୍ଟି ଥିଲା। ଯାହାକୁ ଅମନ ତା ନାମରେ କରିଦେବା ପାଇଁ ପିତାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲା । ତେବେ ସେ ଅମନର ଚାପରେ ପଡୁନଥିବାରୁ ଘରେ ଝଗଡ ହେଉଥିଲା। ଏଥିପାଇଁ ଆଗରୁ ସେ ପିତାଙ୍କୁ ଛୁରୀ ମାରିଥିବା ମଧ୍ୟ ପୋଲିସ କହିଛି । ଅମନର ମା ଗତ କିଛି ଦିନ ହେଲା ମନାଲିରେ ଅବସ୍ଥାନ କରୁଛନ୍ତି । ଏଣୁ ଘରେ ବାପ ପୁଅ ଏକାକୀ ଥିବା ବେଳେ ଅମନ ସୁଯୋଗର ଫାଇଦା ଉଠାଇଛି ।

{"id":114842,"align":"center"}
ଅଭିଯୁକ୍ତ ପୁତ୍ର ଅମନ ଅଗ୍ରଓ୍ବାଲ

ମଙ୍ଗଳବାର ରାତିରେ ସେ ପିତାଙ୍କୁ ହତ୍ୟା କରିବା ପରେ ଶବକୁ ଠିକଣାରେ ପହଞ୍ଚାଇବା ପାଇଁ ନିଜେ ଘରେ କାଟି ଟୁକୁରା ଟୁକରା କରିଥିଲା। ପରେ ଜଣେ ସାଙ୍ଗକୁ ଡକାଇ ଗାଡିରେ ଲଦି ନେବା ବେଳକୁ ପଡୋସୀ ଘର ଲୋକେ ଦେଖି ଫର୍ସବଜାର ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଚଢଉ କରିବା ବେଳେ କଟା ମାଂସ ସହ ଅମନ  ଓ ତାସାଙ୍ଗକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.