ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

Published By : Prameya-News7 Bureau | October 03, 2019 IST

ଘଟଗାଁ ୩।୧୦: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ସଂହବିଲା ଗାଁରେ ଘଟିଛି ଅଭାବନୀୟ ଘଟଣା । ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ଯୁବକକୁ ବାନ୍ଧି ରଖିଛନ୍ତି ଗ୍ରାମବାସୀ ।

{"id":165768}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ସଂହବିଲା ଗାଁର ମଦନ ସାହୁ ତାଙ୍କ ବାପା ଗୋପାଳଚନ୍ଦ୍ର ସାହୁଙ୍କୁ ଅନେକ ସମୟରେ ମାରପିଟ୍ କରିଥାନ୍ତି । ତେବେ ଆଜି ଅତ୍ୟଧିକ ଉତକ୍ଷିପ୍ତ ହୋଇ ମଦନ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୋପାଳଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ମଦନକୁ ଏକ ଗଛରେ ବାନ୍ଧି ରଖିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.