ପୁଅର ଟାଙ୍ଗିଆ ଚୋଟରେ ମାଉସୀର ମୃତ୍ୟୁ
14/10/2018 at 6:11 PM

ସୁନ୍ଦରଗଡ ୧୪/୧୦:ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ଗ୍ରାମ ପଞ୍ଚାୟତର ଅରାଘାଟ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ପୁଅ ମାଟା ମୁଣ୍ଡା(୨୦)ଙ୍କ ଟାଙ୍ଗିଆ ଚୋଟରେ ମାଉସୀ ଜେମା ମୁଣ୍ଡା(୩୨)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଗତ କାଲି ରାତି ରେ କୈାଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଗ୍ରରୂପ ଧାରଣ କରି ପୁଅ ଘରେ ଥିବା ଟାଙ୍ଗିଆରେ ମାଉସୀଙ୍କୁ ପ୍ରହାର କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅଜି କୋଇଡା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅକୁ ଅଟକ ରଖିଛି ଏବଂ ରାଉରକେଲାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍ ସୂଚନା ଦେଇଛନ୍ତି
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023