ପୁଅର ଛୁରା ମାଡରେ ବାପାର ମୃତ୍ୟୁ
24/05/2018 at 11:50 AM

ପାରିବାରିକ କଳହର କରୁଣା ପରିଣତି | ସମ୍ବଲପୁର ଠେଲକୋଇ ଥାନା ଗାଣ୍ଡପଡାରେ ପୁଅର ଛୁରା ମାଡରେ ବାପାର ମୃତ୍ୟୁର ହୋଇଛି | ମୃତକ ସେହି ଅଂଚଳର ସୀତାରାମ ମାକର | ପୁଅ ସଂଜୀବ ସହ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା | ଉତ୍ତ୍ୟକ୍ତ ହୋଇ ରୋଷେଇ ଘରେ ଥିବା ଛୁରୀରେ ପୁଅ ବାପାକୁ ଆକ୍ରମଣ କରିଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ରେଙ୍ଗାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ହତ୍ୟା ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ |
Related Posts
ମିଗ୍ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ
8 December 2023
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023