Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହତ୍ୟାକାରୀ ସାଜିଲା ଘର ଜ୍ୱାଇଁ : ସାବତ ଶାଶୁ ଓ ଶାଳୀ ସହ ଜ୍ୱାଇଁର ଥିଲା ଅବୈଧ ସମ୍ପର୍କ

16/06/2019 at 3:28 PM

ମାଧେପୁରା ୧୬/୬ : ବିହାର ମାଧୋପୁରାରେ ଏକ ବିଭତ୍ସ ହତ୍ୟା ଘଟଣା ଘଟିଛି । ଘର ଜ୍ୱାଇଁ ନିଜ ପତ୍ନୀ ସାମ୍ନାରେ ଶାଶୁଙ୍କୁ ହାଣି ହତ୍ୟା କରିଛି । ଶାଶୁକୁ ରକ୍ଷା କରିବାକୁ ଆସିଥିବା ସାବତ ଶାଳୀକୁ ମଧ୍ୟ ଆକ୍ରମଣ କରିଛି ଜ୍ୱାଇଁ । ଭିଣୋଇ ଆକ୍ରମଣରେ ଗୁରୁତର ହୋଇଛି ଶାଳୀ । ଘରୋଇ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସାମାନ୍ୟ ବିବାଦକୁ ନେଇ ଜ୍ୱାଇଁ ସାବତ ଶାଶୁକୁ ହତ୍ୟା କରିଛି । କିନ୍ତୁ ସାବତ ଶାଶୁ ଓ ଶାଳୀ ସହ ଜ୍ୱାଇଁର ଅବୈଧ ସମ୍ପର୍କ ଥିବା କୁହାଯାଉଛି । ହତ୍ୟାକାରୀ ଜ୍ୱାଇଁ ହେଲା ରହମାନ ଅଲ୍ଲୀ ।

ଶାଳୀର ପାଟି ଶୁଣି ଆଖପାଖ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଗାଁଲୋକେ ନିଜେ ହତ୍ୟାକାରୀକୁ ଦଣ୍ଡ ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗାଁର ଜଣେ ବ୍ୟକ୍ତି ରହମାନକୁ ରକ୍ଷା କରିଥିଲେ । ଆଇନ ନିଜ ହାତକୁ ନନେଇ ହତ୍ୟାକାରୀ ପୋଲିସକୁ ହସ୍ତାନ୍ତର କରିବାକୁ ସେ କହିଥିଲେ । ଏହାପରେ ଗାଁଲୋକେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏତିକିବେଳେ ହତ୍ୟାକାରୀ ଜ୍ୱାଇଁ ଘଟଣାସ୍ଥଳରୁ ପଳାଇବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଗାଁଲୋକେ ତାକୁ କାବୁ କରି ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ । ପୋଲିସ ଆସି ହତ୍ୟାକାରୀ ରହମାନକୁ ଗିରଫ କରିଥିଲା । ଗୁରୁତର ଆହତ ହୋଇଥିବା ଶାଳୀକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଅନେକ ଜାଗାରେ ଷ୍ଟିଚ୍ ହୋଇଛି ।

ତେବେ ବିବାଦ କେଉଁ କାରଣ ଯୋଗୁଁ ହୋଇଥିଲା ଏବଂ ଏଥିରେ ଉତକ୍ଷିପ୍ତ ହୋଇ ଘର ଜ୍ୱାଇଁ ଶାଶୁକୁ ହତ୍ୟା କରିଥିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

   Related Posts