ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ଶ୍ବଶୁରଙ୍କୁ ଛୁରୀ ଭୁସୀ ହତ୍ୟା କଲା ଜ୍ବାଇଁ

Published By : Prameya-News7 Bureau | August 16, 2022 IST

ଜଳେଶ୍ବର ୧୬।୮: ପାରିବାରିକ କଳହକୁ କେନ୍ଦ୍ରକରି ଶ୍ବଶୁରକୁ ଛୁରୀ ଭୁସୀ ହତ୍ୟା କଲା ଜ୍ବାଇଁ । ଆକ୍ରମଣରେ ଶାଶୁ ଓ ଶାଳୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର ଜଗା ମହୁରୀ କମର୍ଦା ଥାନା କୁଷୁଡ଼ା ଗ୍ରାମର ସୁଶାନ୍ତ ମହୁରୀଙ୍କ ଝିଅକୁ ବିବାହ କରିଥିଲେ । ତେବେ ଗତ ରାକ୍ଷୀ ପୂର୍ଣ୍ଣମୀରେ ଜ୍ବାଇଁ ଓ ଝିଅ ଶ୍ବଶୁର ଘରକୁ ଆସିଥିଲେ । ମଙ୍ଗଳବାର କୌଣସି କଥାକୁ ନେଇ ପରିବାର ମଧ୍ୟରେ କଳହ ଦେଖା ଦେଇଥିଲା । ଜ୍ବାଇଁ ଜାଗା ମହୁରୀ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ଶ୍ବଶୁର ସୁଶାନ୍ତକୁ ଆକ୍ରମଣ କରିଥିଲେ । ଛୁରୀଟି ସୁଶାନ୍ତଙ୍କ ବେକରେ ପସିଯାଇଥିଲା । ଆକ୍ରମଣରେ ଶ୍ବଶୁର, ଶାଶୁ ଓ ଶାଳୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଜଳେଶ୍ବର ଜିକେଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ସୁଶାନ୍ତକୁ ମୃତ ଘୋଷଣା କରିଥିଲେ । ଶାଶୁ ଗୌରୀବାଳା ଓ ଶାଳୀ ସୁସ୍ମିତା ମହୁରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଜଗା ମହୁରୀକୁ କମର୍ଦା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.