ବୋହୁକୁ ମାରି ଜେଲରେ ପୁଅ; ସାହାରା ଖୋଜୁଥିବା ମଣିଷଟି ଏବେ ସାହାରା ପାଲଟିଛନ୍ତି ନାତି ନାତୁଣିଙ୍କ ପାଇଁ, ପରିଣତ ବୟସରେ ବି କରୁଛନ୍ତି ସବୁ କାମ

Published By : Prameya-News7 Bureau | January 23, 2019 IST

ଉଦଳା ୨୩/୧ : ବୋହୁକୁ ମାରି ଜେଲରେ ପୁଅ । ଆଉ ଏବେ ଅସହାୟ ହୋଇପଡିଛନ୍ତି ୩ ପୁଅ ଝିଅ । ସାହାରା ଖୋଜୁଥିବା ମଣିଷଟି ଏବେ ନାତି ନାତୁଣିଙ୍କ ପାଇଁ ସାହାରା ପାଲଟିଛନ୍ତି । ସେମାନଙ୍କ ପାଟିରେ ଆହାର ଦେବା ପାଇଁ ପରିଣତ ବୟସରେ ବି ଖଟୁଛନ୍ତି ।

{"id":77219}


ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପଥରସାହି ଗାଁର ନରେନ୍ଦ୍ର ନାଏକ । ବୟସ ୬୫ ଡେଇଁଲାଣି । କାମ କରିବାକୁ ଆଉ ଜୁ ନାହିଁ । କିନ୍ତୁ ତିନି ନାତି ନାତୁଣୀଙ୍କ ପାଟିରେ ଗଣ୍ଡେ ଆହାର ଦେବା ପାଇଁ ପରିଣତ ବୟସରେ ବି ସେ ଖଟୁଛନ୍ତି । କେବଳ ବାହାରେ ଖଟୁନାହାନ୍ତି ଘରେ ବି ରୋଷେଇବାସଠୁ ଆରମ୍ଭ କରି ନାତି ନାତୁଣୀଙ୍କର ସମସ୍ତ କାମ ବି ନିଜେ କରନ୍ତି । କାରଣ ୨୦୧୭ରେ ବୋହୁକୁ ମାରି ପୁଅ ଶମ୍ଭୁ ଜେଲରେ । ତେଣୁ ଅସହାୟ ନାତି ନାତୁଣୀଙ୍କ ପାଇଁ ଏବେ ସାହାରା ପାଲଟିଛନ୍ତି ଜେଜେ ନରେନ୍ଦ୍ର ।

{"id":77220}


ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଷ୍ଟମ ଶ୍ରେଣୀରେ ବଡ ନାତି ପାଠରେ ଡୋରି ବାନ୍ଧିଛି । କିଏ କେଉଁଠି ଦିନ ମଜୁରିଆ ଭାବେ ଡାକିଲେ କାମ କରିବାକୁ ଯାଏ । ଆଉ ସେଥିରୁ ଘରେ ଚୁଲି ଜଳେ । ସରକାରୀ ସହାୟତା କହିଲେ ରାସନକାର୍ଡ ଖଣ୍ଡେ ମିଳିଛି । ସେପଟେ ଏନେଇ ଆମେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ସେମାନଙ୍କ ପାଇଁ ସେଭଳି କିଛି ସରକାରୀ ଯୋଜନା ନାହିଁ ବୋଲି ବିଡିଓ ଅଫ୍ କ୍ୟାମେରାରେ କହିଥିଲେ ବି କ୍ୟାମେରା ସାମ୍ନାରେ କିଛି ବି କହିନଥିଲେ ।

{"id":77221}


ମାନବିକତା ଏବଂ ସାମାଜିକ ଦାୟିତ୍ବ ବୋଧ ଦୃଷ୍ଟିରୁ ଏହି ତିନି ଜଣଙ୍କୁ କୌଣସି ଅନାଥ ଆଶ୍ରମ କିମ୍ବା ସ୍ବଧାର ଗୃହରେ ରଖିବା ଜରୁରୀ ହୋଇପଡିଛି ।

{"id":77222}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.