previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହାଣିଲା ପୁଅ, ହତ୍ୟାକାରୀ ଫେରାର

6/07/2022 at 10:31 AM

ନିଶ୍ଚିନ୍ତକୋଇଲି ୬।୭: ମାତୃହନ୍ତା ପୁଅ । ମା’କୁ ହାଣିଲା ପୁଅ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁର ୧୦ନମ୍ବର ଓ୍ବାର୍ଡରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା’ର ବେକକୁ ପନିକିରେ ହାଣି ହତ୍ୟା କରିଛି ପୁଅ । ମୃତକ ହେଲେ ପ୍ରମିଳା ସ୍ବାଇଁ । ହତ୍ୟା ପରେ ୨୧ ବର୍ଷର ପୁଅ ଜିତେନ୍ଦ୍ର ସ୍ବାଇଁ ଫେରାର ହୋଇଯାଇଛି ।

ତେବେ ପାରିବାରିକ କଳହରୁ ମା’କୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ମେଡିକାଲକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts