<strong>୨୬ ବର୍ଷ ପରେ ବାପାଙ୍କୁ ଫେରିପାଇଲେ ପୁଅ</strong>

Published By : Prameya-News7 Bureau | July 12, 2022 IST

କଟକ ୧୨/୦୭: ୨୬ ବର୍ଷ ପରେ ବାପାକୁ ଫେରି ପାଇଲା ପୁଅ। କଟକ ସଦର ସଇନ୍ଦା ବାଲିସାହିର ସ୍ବପ୍ନେଶ୍ବର ଦାସ ଦୀର୍ଘ ୨୬ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସ୍ବପ୍ନେଶ୍ବର ମାନସିକ ବିକୃତ ଥିବାରୁ  ୧୯୯୬ ମସିହାରେ ଘର ଛାଡ଼ି ପଳାଇ ଥିଲେ। ଅନେକ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ମିଳି ନଥିଲା। ଏମିତିକି ବର୍ଷକ ତଳେ ସ୍ୱପ୍ନେଶ୍ୱର ମରି ଯାଇଥିବା ଭାବି ଘରେ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ।

ତେବେ କିଛି ଦିନ ତଳେ ରାଜସ୍ଥାନ ଭରତପୁରର ଆପନା ଘର୍ ନାମକ ଏକ ଆଶ୍ରୟ ଗୃହରେ ସ୍ବପ୍ନେଶ୍ବର ଅଛନ୍ତି ବୋଲି ତାଙ୍କ ପୁଅ ସଞ୍ଜୟ ଖବର ପାଇଥିଲେ। ପରେ ଗତ ୭ ତାରିଖରେ ସଞ୍ଜୟ ଏବଂ କିଛି ଗାଁ ଲୋକେ ସ୍ବପ୍ନେଶ୍ବରଙ୍କୁ ଆଣିବାକୁ ରାଜସ୍ଥାନ ଯାଇଥିଲେ। ଆଉ ଆଜି ବାପାଙ୍କୁ ସାଙ୍ଗରେ ଧରି ସେମାନେ ଫେରିଛନ୍ତି।  ଅନେକ ଦିନ ପରେ ବାପାଙ୍କୁ ଫେରି ପାଇଥିବାରୁ ଖୁସିରେ ଆତ୍ମହରା ହୋଇପଡିଛନ୍ତି ସଞ୍ଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.