oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସୁପାରୀ ଦେଇ ପୁତ୍ର ହତ୍ୟା: ସବୁ ଦିନେ ଟଙ୍କା ମାଗି ହଇରାଣ କରୁଥିଲା ପୁଅ, ୨ ଲକ୍ଷ ଟଙ୍କା ଦେଇ ଲୋକ ଲଗାଇ ମାରି ଦେଲା ବାପ

24/07/2020 at 8:45 PM

ଲକ୍ଷ୍ନୌ ୨୪।୦୭: ପୁଅ ନିଜର ମହଙ୍ଗା ସଉକ ପାଇଁ ବାପା ପାଖରେ ସର୍ବଦା ଡିମାଣ୍ଡ କରି ଚାଲିଥିଲା। ପୁଅର ଉଚ୍ଚାଭିଳାଷି ସଉକରେ ଅତିଷ୍ଠ ହୋଇ ପଡିଥିଲେ ବାପା। ଶେଷରେ ୨ ଲକ୍ଷ ଟଙ୍କାର ସୁପାରୀ ଦେଇ ନିଜ ପୁଅର ହତ୍ୟା କରାଇଲା ବାପା। ଏହିଭଳି ଚାଞ୍ଚଲ୍ୟକର ଘଟଣା ଉତ୍ତର ପ୍ରଦେଶର  ହାପୁଡ ଜିଲ୍ଲାରେ ଘଟିଛି।

ୟୁପିର ଜନପଦ ହାପୁଡର ଥାନା ସିମ୍ଭାବଲି କ୍ଷେତ୍ରରେ ୨ ଦୁଇ ଦିନ ପୂର୍ବେ ଯୁବକଙ୍କ ହତ୍ୟା ହୋଇଥିଲା। ଶବକୁ କାରରେ ଛାଡି ହତ୍ୟାକାରୀ ଫେରାର ହୋଇ ଯାଇଥିଲେ। ଘଟଣା ତଦନ୍ତ କରି ପୁଲିସ୍ ଏହାର ଖୁଲାସା କରିଛି। ମୃତକ ଯୁବକଙ୍କ ନା ଋଷଭ। ନିଜ ପୁଅର ସଉକ ଚଳଣିରେ ଅତିଷ୍ଠ ହୋଇ ପିତା ନିଜର ପଡୋଶୀ ଯୁବକଙ୍କୁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇ ପୁଅର ହତ୍ୟା କରାଇଛି।  

ଜେରା ବେଳେ ଋଷଭର ପିତା କହିଛନ୍ତି ଋଷଭ ମୋ ଏବଂ ମୋ ପତ୍ନୀ ସହ ଦୁର୍ବ୍ୟବହାର ସହ ମାରପିଟ୍ ଓ ଗାଳିଗୁଲଜ କରୁଥିଲା। ସଉକ ପାଇଁ ସବୁ ଦିନ ମୋଟା ଅଙ୍କର ଅର୍ଥ ମାଗୁଥିଲା। ତାର ବ୍ୟବହାରରେ ସ୍ଵାମୀ ଓ ସ୍ତ୍ରୀ ଅତିଷ୍ଠ ହୋଇ ପଡିଥିଲୁ। ଶେଷରେ ବାପା କମଲଚନ୍ଦ ତୋମାର ନିଜର ପଡୋଶୀ କମଲ ପାଲଙ୍କୁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇ ନିଜ ପୁଅ ଋଷଭ ତୋମାରକୁ ହତ୍ୟା କରିବାକୁ କହିଥିଲେ।

ପୂର୍ବ ନିୟୋଜିତ ଷଡଯନ୍ତ୍ର ଆଧାରରେ ଋଷଭକୁ ଗାଡି ସହିତ ହାପୁଡ ଅଣା ଯାଇଥିଲା। ହାପୁଡରୁ ନିଜର ସାଥୀ ପ୍ରମୋଦକୁ ନେଇ ତିନି ଜଣ ଔରଙ୍ଗାବାଦ ମାଧାପୁର ଜଙ୍ଗଲକୁ ଆସିଥିଲେ। ଏଠାରେ ତିନି ଜଣ ମିଶି ଋଷଭର ବେକ ଚିପି ଏବଂ କାଚରେ ଗଳା କାଟି ହତ୍ୟା କରିଥିଲେ। ପୁଲିସ ଏହି ଘଟଣାର ଖୁଲାସା କରି ତିନି  ହତ୍ୟାକାରୀଙ୍କୁ ଗିରଫ କରିଛି। ଏହା ସହିତ ହତ୍ୟାକାରୀଙ୍କ ପାଖରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି।

   Related Posts