ଘରୁ ଶହେ ଟଙ୍କା ଚୋରିକୁ ନେଇ ବାପା-ପୁଅ ଝଗଡା, କଟୁରୀ ଚୋଟରେ ପୁଅ ଗୁରୁତର

Published By : Prameya-News7 Bureau | April 21, 2024 IST

ମାହାଙ୍ଗା ୨୧।୪: ପାରିବାରିକ କଳହର କରୁଣ ପରିଣତି । ଶହେ ଟଙ୍କା ପାଇଁ ବାପାର କଟୁରୀ ଚୋଟରେ ପୁଅ ଗୁରୁତର । ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତର ୪ ନମ୍ବର ୱାର୍ଡର ମାନସ ବେହେରା ଓ ପୁଅ ଅଜିତ ବେହେରାଙ୍କ ମଧ୍ୟରେ ରବିବାର ସକାଳେ ୧୦୦ ଟଙ୍କା ଘରୁ କିଏ ଚୋରି କରିଛି ଘଟଣାକୁ ନେଇ ଝଗଡ଼ା ହୋଇଥିଲା । ଏହି ଘଟଣାର କିଛି ସମୟ ପରେ ବାହାରକୁ ବାପା ମାନସ ଚାଲି ଯାଇଥିଲା । ଠିକ୍ ମଧ୍ୟାହ୍ନ ସମୟରେ ଘରେ ସମସ୍ତେ ଖାଇପିଇ ଶୋଇଥିଲେ । ପୁଅ ଅଜିତ ଓ ତାଙ୍କ ପୁଅ ଘରର ଖଟରେ ଏକୁଟିଆ ଶୋଇଥିବା ଅବସ୍ଥାରେ ବାପା ମାନସ ହଠାତ ରୁମ୍ ରେ ପହଞ୍ଚି ହାତରେ ଏକ ଧାରୁଆ କଟୁରୀ ଧରି ପୁଅର ବେକକୁ ଚୋଟ ମାରି ହାଣିଥିଲା । ପୁଅ ଚିତ୍କାର କରିବାରୁ ଘର ଓ ପଡ଼ୋଶୀ ଲୋକେ ଧାଇଁ ଆସି ବାପା ମାନସକୁ କାବୁ କରି ଏକ ରଶି ସାହାଯ୍ୟରେ ବାନ୍ଧି ପକାଇଥିଲେ । ପୁଅକୁ ମାରିବା ସମୟରେ ଧସ୍ତାଧସ୍ତି ଭିତରେ ବାପାଙ୍କ ଆଙ୍ଗୁଠି ମଧ୍ୟ କଟି ଯାଇଥିଲା । ଘର ଭିତରେ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ମାହାଙ୍ଗା ମେଡିକାଲ ଓ ଅବସ୍ଥା ବେଶୀ ଗୁରୁତର ହେବାରୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ଅଭିଯୁକ୍ତ ସହିତ ହାଣିଥିବା କଟୁରୀକୁ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି । ପୁଅ ଅଜିତ ତା ବାପାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ଏଥିରେ ଅତିଷ୍ଠ ହୋଇ ବାପା ମାନସ ବେହେରା ପୁଅକୁ ଯୋଜନାବଦ୍ଧ ଭାବରେ ଏକ କଟୁରୀରେ ମାରିଥିବା ସ୍ବୀକାର କରିଛନ୍ତି ।

You Can Read :

ଅପହରଣକାରୀ କବଳରୁ ବର୍ତ୍ତିଗଲେ ମହିଳା, ପୋଲିସ ଖୋଜୁଛି କାରଣ

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.