ପୁଅ ଭୁଲିଗଲା ରକ୍ତର ସମ୍ପର୍କ, ବାପାକୁ ପିଟିପିଟି ମାରିଦେଲା
16/09/2023 at 11:35 AM

ବ୍ରହ୍ମପୁର ୧୬/୦୯: ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ ହତ୍ୟାକାଣ୍ଡ । ବାପାକୁ ପିଟି ପିଟି ହତ୍ୟା କରିଲା ପୁଅ । ମୃତକ ହେଲେ କୁମାରପୁର ଗାଁର ରମେଶ ପ୍ରଧାନ । ଶୁକ୍ରବାର ରାତିରେ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଏକ ବାପ ମୁଣ୍ଡକୁ କାଠଫାଳିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବାପା ରମେଶ ପ୍ରଧାନ ମୃତ, ପୁଅ ଦାମ ପ୍ରଧାନ ଥାନାରେ ଅଟକ । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଦୀର୍ଘଦିନ ଧରି ବାପା-ପୁଅଙ୍କ ମଧ୍ୟରେ ତିକ୍ତରା ଲାଗି ରହିଥିଲା । ତେବେ ଶୁକ୍ରବାର ଉଗ୍ରରୂପ ନେଇଥିଲା ବାପା-ପୁଅଙ୍କ ଝଗଡା । ରାଗିଯାଇ ବାପାକୁ ପୁଅ କାଠଫାଳିଆରେ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା । ଏବେ ଘଟଣାପରେ ପୁଅକୁ ଅଟକ ରଖିଛି ପୋଲିସ ।
Related Posts
ଏନ୍ଏଚ୍ କଡରୁ ମିଳିଲା ମୃତଦେହ, ହତ୍ୟା ନା ଦୁର୍ଘଟଣା ଅସ୍ପଷ୍ଟ
3 October 2023
ଠକିଦେଲେ ମାମୁ ! ଭାଣେଜୀଙ୍କୁ ଲଗାଇଦେଲେ ୧୩ ଲକ୍ଷର ଚୂନ
3 October 2023