ବାପାଙ୍କ ଗଳାକାଟି ହତ୍ୟା ଉଦ୍ୟମ କଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 12, 2019 IST

ନୟାଗଡ ୧୨।୧୨: ପୁଅ ଆକ୍ରମଣରେ ବାପା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟ୍ଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁରେ ଘଟିଛି ଘଟଣା । ଉଦୟନାଥଙ୍କ ସାନପୁଅ ପ୍ରତାପ ଏକ ଜମିକୁ ତା ନାମରେ କରାଇଦେବାକୁ ବାପାଙ୍କୁ କହିଥିଲେ । ଏପରି ନକଲେ ହତ୍ୟା କରିବାକୁ ଧମକ ଦେଇଥିଲେ ।

{"id":196716,"sizeSlug":"large"}

ତେବେ  ଏଥିରେ ରାଜି ନହେବାରୁ ପ୍ରତାପ ହଠାତ୍ ଉଦୟନାଥ ମୁଣ୍ଡକୁ ପଥରରେ ପିଟିଦେବା ସହ ଛୁରିରେ ବେକକୁ କାଟି ଦେଇଥିଲା । ମରଣାନ୍ତକ ଆକ୍ରମଣ କରିବା ପରେ ପ୍ରତାପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପରିବାର ଲୋକେ ଉଦୟନାଥଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ଓଡଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.