previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ନିଶାରେ ପିଟୁଥିଲା ବାପା, ରାଗରେ ଓଲଟିଗଲା ପୁଅ : ପିତୃହତ୍ୟା ଅଭିଯୋଗରେ ଗିରଫ

29/08/2020 at 5:18 PM

ନୂଆପଡା ୨୯।୮: ପୁଅର ମାଡରେ ବାପାଙ୍କ ମୃତ୍ୟୁ । ନିଶାଶକ୍ତ ଅବସ୍ଥାରେ ପୁଅକୁ ନିର୍ଧୁମ ଛେଚିଲା ବାପା । ବାପାର ମାଡ ଅସହ୍ୟ ହେବାରୁ ପାଲଟା ଆକ୍ରମଣ କଲା ପୁଅ । ଘଟଣାସ୍ଥଳରେ ଟଳିପଡିଲେ ବାପା । ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଖୁଟମନ ଭେରା ପଞ୍ଚାୟତ କର୍ଚୁଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଖୁଟମନଭେରା ପଞ୍ଚାୟତ କର୍ଚୁଲ ଗାଁରେ ପ୍ରେମଲାଲ ଶବର ତାଙ୍କ ପରିବାର ସହ ରୁହନ୍ତି । ପ୍ରେମଲାଲ କିଛି କାମଧନ୍ଦା କରୁନଥିବା ବେଳେ ଅନେକ ସମୟରେ ନିଶାଶକ୍ତ ଅବସ୍ଥାରେ ଘରେ ଝଗଡା କରୁଥିଲେ । ଗତ ୨୫ ତାରିଖରେ ପ୍ରେମଲାଲ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରେ ପ୍ରେମଲାଲ ଝଗଡା କରିଥିଲେ । ପୁଅ ତାଙ୍କୁ ବୁଝାସୁଝା କରିଥିଲେ । ପ୍ରେମଲାଲ ପୁଅକୁ ଗାଳିଗୁଲଜ କରିବା ସହ ନିର୍ଧୁମ ପିଟିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ପୁଅ ପାଲଟା ବାପାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଛି ।

   Related Posts