ବୈତରଣୀ ବାମ ପାର୍ଶ୍ଵରେ ଘଳିଆ, ବାଲି ବସ୍ତା ପକାଇ ଆୟତ୍ତ କଲା ପ୍ରଶାସନ
21/08/2022 at 10:34 PM

ଭଦ୍ରକ, ୨୧/୦୮: ବୈତରଣୀ ନଦୀର ବାମପାର୍ଶ୍ଵରେ ଘଳିଆ । ଦୀର୍ଘ ସମୟ ଧରି ପାଣିକୁ ଆୟତ୍ତ ପାଇଁ ଚାଲିଛି ଚେଷ୍ଟା । ତେବେ ବୈତରଣୀ ନଦୀର ବାମ ପାଖରେ ଏହି ଘଳିଆ ହୋଇଛି । ନଦୀର ମମାଦୁଲା ନିକଟରେ ଦୁଇଟି ଘଳିଆ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ତରଫରୁ ବାଲି ବସ୍ତା ପକାଇ ଘଳିଆକୁ ବନ୍ଦ କରାଯାଇଛି । କିନ୍ତୁ ସମାନ ସ୍ଥାନରେ ସାମୟିକ ଭାବେ ଘଳିଆକୁ ବନ୍ଦ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅର୍ଜୁନପୁର ଓ ହସନାବାଦର ଗ୍ରାମବାସୀ ଆତଙ୍କିତ ଅଛନ୍ତି । ତେବେ ଏ ନେଇ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଘଳିଆ ମରାମତି ହୋଇଛି ଓ ଟିମ୍ ସଜାଗ ଅଛନ୍ତି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023