କଂଗ୍ରେସ ନେତାଙ୍କ ବଡ଼ ଦାବି, ମୋଦୀଙ୍କୁ ଧୋକା ଦେଇ ଏନ୍ଡିଏରୁ ଆସି ଇଣ୍ଡିଆରେ ମିଶିବେ କିଛି ଦଳ
27/08/2023 at 11:20 PM

ନୂଆଦିଲ୍ଲୀ: ଇଣ୍ଡିଆ ଦଳ ମଜଭୁତ ହେବ। ଏନ୍ଡିଏରୁ କିଛି ଦଳ ଆସି ଇଣ୍ଡିଆରେ ମିଶିବେ ବୋଲି ଦାବି କରିଛନ୍ତି ବିରୋଧୀ। କିଛି ଘଣ୍ଟା ପୂର୍ବରୁ ନୀତୀଶ କୁମାର ମଧ୍ୟ ନୂଆ ଦଳଙ୍କ ଆଗମନର ସୂଚନା ଦେଇଥିଲେ। ଏବେ କଂଗ୍ରସ ପ୍ରବକ୍ତା ଆଲୋକ ଶର୍ମା ମଧ୍ୟ ସମାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏନ୍ଡିଏ ବୈଠକରେ ସାମିଲ୍ ହୋଇଥିବା ୩୮ ଦଳ ମଧ୍ୟରୁ ୪-୫ ଦଳ ଇଣ୍ଡିଆରେ ମିଶିବାକୁ ମେଣ୍ଟ ସହ ସମ୍ପର୍କରେ ଅଛନ୍ତି ବୋଲି ଅଲୋକ ଦାବି କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆଲୋକ ଶର୍ମା କହିଛନ୍ତି, “ଏନଡିଏ ବୈଠକରେ ଯୋଗ ଦେଉଥିବା କିଛି ଦଳ ଆଗାମୀ କିଛି ଦିନରେ ବିରୋଧୀ ମେଣ୍ଟରେ ଯୋଗଦେବେ। ସେପ୍ଟେମ୍ବର ୧ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ’ ମିଳିତ ମଞ୍ଚର ବୈଠକରେ କିଛିଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧିତ ହୋଇଥିବା ଏନଡିଏ ବୈଠକରେ ଅଶଂଗ୍ରହଣ କରୁଥିବା ୩୮ ଦଳରୁ କିଛି ଏବେ ‘ଇଣ୍ଡିଆ’ରେ ଯୋଗ ଦେବେ ଓ ଆଉ କିଛି ଲୋକସଭା ନିର୍ବାଚନ ପୂର୍ବରୁ ଦଳରେ ମିଶିବେ।”
ସୂଚନା ଥାଉକି, ବିରୋଧୀ ଦଳଙ୍କ ମେଣ୍ଟ ‘ଇଣ୍ଡିଆ’ର ଆଗାମୀ ତଥା ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ୩୧ ଅଗଷ୍ଟ ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକର ସମସ୍ତ ବ୍ୟବସ୍ତା ଏନ୍ସିପି ଓ ଶିବସେନା ୟୁବିଟି କରିବ। ବୈଠକ ସମ୍ପର୍କରେ ସୂଚନା ଦେଇ ନୀତୀଶ କୁମାର କହିଛନ୍ତି ଯେ ମୁମ୍ବାଇ ବୈଠକ କାଳରେ ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟଙ୍କ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଏଥିରେ ସିଟ୍ ସେୟାରିଂ ଭଳି ପ୍ରସଙ୍ଗରେ ଚର୍ଚ୍ଚା କରାଯିବା ସହ ଅନ୍ୟ ପ୍ରସଙ୍ଗକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯିବ। ତେବେ କିଛି ଦଳ ଆସି ଇଣ୍ଡିଆରେ ମିଶିବେ ବୋଲି ନୀତୀଶ କହିଛନ୍ତି।