ନୂଆଦିଲ୍ଲୀ ୨୨।୦୨: ସାଧାରଣତଃ ସମସ୍ତେ ଆକାଶରେ ଉଡୁଥିବା ପ୍ଲେନ୍ ଦେଖିଥିବେ । ଅନେକ ସମୟରେ ପ୍ଲେନ୍ ଛାତର ଠିକ୍ ଉପରେ ଉଡିଥାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏପରି କିଛି ସ୍ଥାନ ରହିଛି ଯାହା ଉପରେ ପ୍ଲେନ୍ ଉଡିପାରିବନି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । ଏହାର ମଧ୍ୟ କିଛି କାରଣ ରହିଛି ।
{"id":912317,"width":839,"height":523,"sizeSlug":"full","linkDestination":"none"}କାଲିଫର୍ନିଆର ଡିଜନିଲ୍ୟାଣ୍ଡ ଏବଂ ଫ୍ଲୋରିଡାର ୱାଲ୍ଟ ଡିଜନି ୱାର୍ଲ୍ଡର ୩ ହଜାର ଫୁଟରୁ ଉପରେ ପ୍ଲେନ୍ ଉଡିପାରିବନି । ୯।୧୧ ଆତଙ୍କବାଦୀ ଆକ୍ରମଣ ପରଠାରୁ ଆମେରିକା ସରକାର ଅଧିକ ଜନସମାଗମ ସ୍ଥାନ ଉପରେ କଡା ନଜର ରଖିଛନ୍ତି । ତେବେ ଡିଜନିଲ୍ୟାଣ୍ଡ ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ୨୦୦୩ ମସିହାରୁ ଲାଗୁ ହୋଇଛି ।
{"id":912318,"sizeSlug":"full","linkDestination":"none"}ତିବ୍ଦତ ବିଶ୍ୱର ସବୁଠାରୁ ଉଚ୍ଚ ସ୍ଥାନ ମଧ୍ୟରେ ଗଣାଯାଏ । ଏଠାକାର ଉଚ୍ଚତା ହାରାହାରି ପ୍ରାୟ ୧୬ ହଜାର ଫୁଟ । ଏହି ସ୍ଥାନ ଉପରେ ପ୍ଲେନ୍ ଉଡା ଯାଇପାରିବନି । ତେବେ କେତେକ ବାଣିଜ୍ୟିକ ବିମାନକୁ ବହୁତ ଉଚ୍ଚାରୁ ଉଡାଣ ଭରିବାକୁ ଅନୁମତି ଦିଆଯାଇଛି । ତିବ୍ଦତକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିବାର କାରଣ ହେଉଛି ଏଠାରେ ଥିବା ଉଚ୍ଚ ପାହାଡ ।
{"id":912319,"sizeSlug":"full","linkDestination":"none"}ସେହିପରି ତାଜମହଲ ଉପରେ ବିମାନ ଉଡ଼ାଇବାକୁ ଅନୁମତି ନାହିଁ । ୨୦୦୬ରୁ ଏହାକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।
{"id":912320,"sizeSlug":"full","linkDestination":"none"}ଲିଓନେଲ ମେସି ଦୁନିଆର ଏକମାତ୍ର ଖେଳାଳି, ଯାହାର ଘର ଉପରେ ବିମାନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅର୍ଥାତ୍ ମେସିଙ୍କ ଘର ନୋ ଫ୍ଲାଇଙ୍ଗ୍ ଜୋନରେ ରହିଛି । ବାସ୍ତବରେ ବାର୍ସିଲୋନାରେ ମେସି ଯେଉଁଠି ରୁହନ୍ତି ସେଠାକାର ପରିବେଶ ଖୁବ୍ ସ୍ବତନ୍ତ୍ର । ଏହାବ୍ୟତୀତ ମେସିଙ୍କ ସୁରକ୍ଷା ଏବଂ ଲୋକପ୍ରିୟତା ଯୋଗୁଁ ସେଠାକାର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
You Can Read:
wp:embed {"url":"https://www.prameyanews7.com/virat-and-anushka-named-their-son-akay-know-the-meaning-of-this-name/","type":"wp-embed","providerNameSlug":"prameya-news-7"} /wp:embed