‘ଓସ୍ୱାଲ ଦ’ ଲକି ରେବିଟ୍’ ର ମୁଖ୍ୟ ଚରିତ୍ର ହେଉଛି ଠେକୁଆ: ଠେକୁଆ ସମ୍ପର୍କରେ ଜାଣନ୍ତୁ କେତେକ ରୋଚକ ତଥ୍ୟ
18/12/2018 at 4:39 PM

ଠେକୁଆ ଓ କଇଁଛ ଗପ କିଏ ନଶୁଣିଛି । ଠେକୁଆ ଦ୍ରୁତ ଦୌଡିପାରେ । କିନ୍ତୁ ଟିକେ ଅଳସୁଆ ବୋଲି ଏହି ଗପ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ପିଲାବେଳୁ ଠେକୁଆ କାହାଣୀ ସମସ୍ତେ ଶୁଣିଛନ୍ତି । ଠେକୁଆର ବୁଦ୍ଧି ଓ ବଦମାସୀର ସବୁ କାହାଣୀ ବେଶ୍ ଚର୍ଚ୍ଚିତ। ଏପରିକି୧୯୨୭ ମସିହାରେ ନିର୍ମିତ ପ୍ରଥମ କାର୍ଟୁନ ପିଲ୍ମ ଓସୱାଲ ଦ ଲକି ରେବିଟ୍ ର ମୁଖ୍ୟ ଚରିତ୍ର ହେଉଛି ଠେକୁଆ । ଆଜି କାଲି ବେଶ ଲୋକପ୍ରିୟ ହୋଇଥିବା ମିକି ଆଣ୍ଡ ମାଉସ ମଧ୍ୟ ଠେକୁଆ ଚରିତ୍ରରଏକ ପରିବର୍ତ୍ତିତ ସଂସ୍କରଣ । ତେବେ ଠେକୁଆର କେତେକ ବିଶେଷ ଗୁଣ ରହିଛି । ଯାହା ଆପଣ ଜାଣିନଥିବେ । ଆସନ୍ତୁ ଜାଣିବା ଠେକୁଆ ସମ୍ପର୍କରେ କିଛିଅଜଣା କଥା।

୧. ପୁରୁଷ ଠେକୁଆଙ୍କୁ ବକ୍ ଓ ମାଇ ଠେକୁଆଙ୍କୁ ଇସ୍ ବୋଲି କୁଆଯାଏ ଆଉ ଠେକୁଆଙ୍କ ପୁରା ଗୋଷ୍ଠୀକୁ କଲୋନୀ କୁହାଯାଏ।
୨. ଠେକୁଆଗୋଟେ ଦିନରେ ମାତ୍ର ୧୮ଥର ଘୁମାଇଥାଏ ଏବଂ ୮ ଘଣ୍ଟା ଶୋଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାସତ୍ୟ ଯେ ଠେକୁଆ କେବେ କେବେ ଆଖି ଖୋଲା ରଖି ମଧ୍ୟ ଶୋଇଥାନ୍ତି।
୩. ଲୋକେ ପ୍ରାୟ ୟୁରୋପୀୟ ଠେକୁଆ ହିଁ ଘରେ ପାଳିଥାନ୍ତି ।
୪. ୯ କିଲୋ ଓଜନର ଗୋଟେ କୁକୁର ଯେତିକି ପାଣି ପିଇ ପାରିବ, ୨ କିଲୋ ଓଜନର ଠେକୁଆ ମଧ୍ୟ ସେତିକି ପାଣି ପିଇପାରେ।

୫. ଠେକୁଆଙ୍କର ପୁରା ଶରୀର ମଧ୍ୟରୁ କେବଳ ପାଦ ତଳୁ ଝାଳ ବାହାରେ।
୬. ଠେକୁଆଙ୍କର ୨୮ଟି ଦାନ୍ତଥାଏ। ଯାହା ପ୍ରତି ମାସ ୧ ସେଂଟିମିଟର ବଢେ।
୭. ଠେକୁଆ ୧ମିନିଟରେ ୧୨୦ ଥର ଖାଇବା ଚୋବେଇପାରେ।
୮. ଠେକୁଆ ୩୬୦ ଡିଗ୍ରିଯାଏଁ ଦେଖିପାରନ୍ତି।

୯. ଠେକୁଆ କେବେ ବାନ୍ତିକରନ୍ତି ନାହିଁ।
୧୦. ବର୍ଷରେ ୪ ଥର ଠେକୁଆଙ୍କ ଲୋମ ବଦଳିଥାଏ।
୧୧.ୟୁରୋପରେ ଅଧିକ ଲୋକ ଠେକୁଆଙ୍କରଗୋଡକୁ ନିଜ ଗଳାରେ ପିନ୍ଧନ୍ତି। କାରଣ ଠେକୁଆଙ୍କର ଗୋଡକୁ ସେମାନେ ଶୁଭ ମାନନ୍ତି।
୧୨. ପୃଥିବୀରେ ପାଖାପାଖି ୩୦୫ ପ୍ରଜାତିର ଠେକୁଆ ଅଛନ୍ତି । ସେଥିରୁ ୧୩ ପ୍ରଜାତି ଜଂଗଲି ଅଟନ୍ତି।