ବିଶ୍ବର ସବୁଠୁ ଦାମି ଘୋଡା ବିଷୟରେ ଜାଣନ୍ତୁ କିଛି ଖାସ ତଥ୍ୟ

Published By : Prameya-News7 Bureau | August 05, 2019 IST

ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ପୋଷା ପଶୁ ପକ୍ଷୀ ଦେଖିବାକୁ ମିଳନ୍ତି। ଅନେକ ଲୋକଙ୍କ ମଧ୍ୟରେ ଏହି ପ୍ରାଣିଙ୍କ ପାଇଁ ଏକ ସ୍ବତନ୍ତ୍ର ଭଲ ପାଇବା ଥାଏ। ଏହି ପଶୁ ପକ୍ଷୀଙ୍କ ଦ୍ବାରା କିଛି ଲୋକେ ନିଜ ପେଟ ପଶୁଛନ୍ତି। ଧିରେ ଧିରେ ବଜାରରେ ଏହି ପ୍ରାଣୀଙ୍କ ବିକ୍ରି ହେବା ସଂଖ୍ୟା ବଢିବାରେ ଲାଗିଛି। ଏହି ପ୍ରାଣୀଙ୍କର କିଛି ଖାସ କଥା ବଜାରରେ ତାଙ୍କ ଦାମ ବଢାଏ। ତେବେ ବିଶ୍ବର ସବୁଠୁ ଦାମି ଘୋଡା ବିଷୟରେ ଜାଣନ୍ତୁ।

{"id":141109}

ଏହି ଘୋଡାର ଦାମ ଶୁଣି ଅନେକ ଲୋକେ ଆଚମ୍ବିତ ହୁଅନ୍ତି। ଘୋଡାର ଦାମ ଯେତିକି ସେଥିରେ ମଣିଷ ନିଜ ପାଇଁ ଘର, ଗାଡି ଓ ଅନ୍ୟାନ୍ୟ ଜିନିଷ କିଣିପାରିବ। ଏହି ଘୋଡାର ନାଁ ହେଉଛି ଗ୍ରୀନମଂକି ଯାହା ଏକ ଆମେରିକା ରେସ ହର୍ସ।ଏହି ଘୋଡାର ବିଶେଷତ୍ବ ହେଉଛି ତାର ଦୌଡିବାର କ୍ଷମତା ଓ ସୌନ୍ଦର୍ଯ୍ୟ।

{"id":141110}

ଏଥିପାଇଁ ଏହାର ନାଁ ଏବେ ଯାଏଁ ବିଶ୍ବର ସବୁଠୁ ଦାମି ପଶୁଙ୍କ ମଧ୍ୟରେ ରେକର୍ଡ ଅଛି।    ରିପୋର୍ଟ ଅନୁସାରେ ଯେତେବେଳେ ଏହି ଘୋଡା ପ୍ରଥମ ଥର ପାଇଁ ରେସରେ ଦୌଡିଥିଲା ସେତେବେଳେ ଏକ ମାଇଲର ଅଷ୍ଟମାଂସକୁ ସେ ୯.୮ ସେକେଣ୍ଡରେ ଅତିକ୍ରମ କରିଥିଲା। ଏହି ଘୋଡାର ଦାମ ଭାରତୀୟ ମୂଦ୍ରାରେ ୧୧ କୋଟି ଟଙ୍କାରୁ ଅଧିକ।ତେବେ ଗତ ୨୦୧୮ ମସିହା ଜୁଲାଇ ମାସରେ ଗ୍ରୀନ ମଙ୍କିର ମୃତ୍ୟୁ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.