ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ବଗି

Published By : Prameya-News7 Bureau | November 02, 2019 IST

ଭୁବନେଶ୍ବର ୨।୧୧: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖା ଏକ୍ସପ୍ରେସ । ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସରୁ କିଛି ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୂଳ ନିକଟରେ ଘଟିଛି ଏଭଳି ଘଟଣା । ତେବେ ଟ୍ରେନର ଇଞ୍ଜିନ ସହ କିଛି ବଗି ଅଲଗା ଚାଲଥିବା ବେଳେ ଅନ୍ୟ କିଛି ବଗି ଅଲଗା ହୋଇ ଚାଲିଥିଲା ।

ଏହାକୁ ନେଇ ଟ୍ରେନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.