ଝାରସୁଗୁଡାରୁ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ପରେ ବିଭିନ୍ନ ଅଞ୍ଚଳ ସିଲ୍, ପ୍ରଶାସନ ଯୋଗାଇଦେବ ଅତ୍ୟାବଶକୀୟ ସାମଗ୍ରୀ

Published By : Prameya-News7 Bureau | April 30, 2020 IST

ଝାରସୁଗୁଡା  ୩୦।୦୪: ବୁଧବାର ଦିନ ଝାରସୁଗୁଡା ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା  ପଦକ୍ଷେପ ନେଇଛି  ଜିଲ୍ଲା ପ୍ରଶାସନ । ବ୍ରଜରାଜନଗର ସହରର ଅନେକ ଅଂଚଳକୁ ସିଲ୍‌ କରିଛି ପ୍ରଶାସନ । ବ୍ରଜରାଜନଗର ସହରାଞ୍ଚଳର ପାଟଯୋଶୀ ଛକ ଠାରୁ ଆମ୍ବେଦକର ଛକ,ଗୁଆଲାପଡା ଦୁର୍ଗାମନ୍ଦିର ଠାରୁ ଗୁଢ଼ାବାବା ମନ୍ଦିର,ସୁବାଷ ଛକ ଠାରୁ ଟନେଲ ରୋଡ଼,ସାନଯୋବ ଠାରୁ ରାମଗଡ଼ ପୋଖରୀ,୩ ନମ୍ବର ଖଣି ଠାରୁ ପାଟଯୋଶୀ ଛକକୁ କଣ୍ଟେନମେଣ୍ଟ ଜଣ ଘୋଷଣା କରିଛନ୍ତି ଜିଲ୍ଲାପାଳ ସରୋଜ ସାମଲ।

{"id":262386,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଜଣେ ୧୮ ବର୍ଷୀୟା ପଶ୍ଚିମବଙ୍ଗ ଫେରନ୍ତା ଯୁବତୀଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ କରାଯିବା ପରେ ଆଜି ସକାଳୁ ବ୍ରଜରାଜନଗରର ୫ଟି ୱାର୍ଡକୁ ସିଲ କରାଯାଇ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ୫ଟି ଟିମ ଗଠନ କରାଯାଇଛି।

{"id":262387,"sizeSlug":"large"}

ଆଜି ଝାରସୁଗୁଡା ଜିଲ୍ଲାରେ ନୂତନ ଏସପି ଯୋଗଦେବା ପରେ ବ୍ରଜରାଜନଗର ସ୍ଥତି ବୁଲି ଅନୁଧ୍ୟାନ କରିଛନ୍ତି। ସମଗ୍ର ସ୍ଥିତି କିପରି ରହିଛି ଓ ପ୍ରାଶାସନିକ ପଦକ୍ଷେପ ଜାଣିବାକୁ ବ୍ରଜରାଜନଗରରେ ନିରୀକ୍ଷଣ କରିଛନ୍ତି ଉପଜିଲ୍ଲାପାଳ ଶିବ ଟପ୍ପୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.