ଅସୁସ୍ଥତା କାରଣ ଦର୍ଶାଇ କୋର୍ଟରେ ହାଜର ହେଲେନି ସୋମାଲିକା, ସେପଟେ ବିବାହ ବିଚ୍ଛେଦର ଦଲିଲ ଦାଖଲ କଲେ ତୃପ୍ତିରଞ୍ଜନ

Published By : Prameya-News7 Bureau | November 30, 2023 IST

କଟକ ୩୦।୧୧: ବିଧାୟକ ବିଜୟ ଶଙ୍କର ବିବାହ ବିବାଦ ମାମଲାରେ ଆସିଛି ଏକ ଟ୍ଵିଷ୍ଟ । କଟକ ସବ୍ ରେଜିଷ୍ଟ୍ରାରଙ୍କ ପାଖରେ ହାଜର ହୋଇଛନ୍ତି ତୃପ୍ତିରଞ୍ଜନ ରାଉଳ । ତୃପ୍ତିରଞ୍ଜନ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସହ ପ୍ରତ୍ୟୁଷା ନନ୍ଦ ବିବାହ କରିଥିଲେ ।

ତେବେ ପ୍ରତ୍ୟୁଷାଙ୍କୁ ବିବାହ କରିବା ଲାଗି ବିଧାୟକ ବିଜୟ ଶଙ୍କର ସବ୍ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ତେବେ ପ୍ରତ୍ୟୁଷାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି ବୋଲି ଗୁରୁବାର ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହୋଇ ଦଲିଲ ଦାଖଲ କରିଛନ୍ତି ତୃପ୍ତି ରଞ୍ଜନ ।

ଅନ୍ୟପଟେ ଗୁରୁବାର ହାଜର ହେବାକୁ ନିର୍ଦ୍ଦେଶ ଥିଲେ ବି ଆସିଲେନି ସୋମାଲିକା । ଅସୁସ୍ଥତା କାରଣ ଦର୍ଶାଇ ସେ କୋର୍ଟରେ ହାଜର ହୋଇନାହାନ୍ତି । ଗତ ସେପ୍ଟେମ୍ବର ୨୧ ତାରିଖରେ ବିଧାୟକ ବିଜୟ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ କରିବା ଲାଗି କଟକ ସବ୍ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ନେଇ ଆପତ୍ତି ଉଠାଇଥିଲେ ବିଧାୟକ ବିଜୟ ଶଙ୍କରଙ୍କ ଅନ୍ୟତମ ବାନ୍ଧବୀ ସୋମାଲିକା ଦାସ । ପୂର୍ବରୁ ସୋମାଲିକାଙ୍କୁ ବିବାହ କରିବା ଲାଗି ସମାନ ଢଙ୍ଗରେ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର କୋର୍ଟରେ ଆବେଦନ କରିଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

wp:html /wp:html

You Can Read:

wp:embed {"url":"https://www.prameyanews7.com/more-than-lakhs-of-rupees-cheated-by-youth-in-sambalpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/more-than-lakhs-of-rupees-cheated-by-youth-in-sambalpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.