ବିଧାୟକ ବିଜୟ ଶଙ୍କର ବିବାହ ବିବାଦ ମାମଲା, ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେଲେ ସୋମାଲିକା

Published By : Prameya-News7 Bureau | November 21, 2023 IST

କଟକ ୨୧/୧୧: ବିଧାୟକ ବିଜୟ ଶଙ୍କର ବିବାହ ବିବାଦ ମାମଲା । ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେଲେ ସୋମାଲିକା । କୋର୍ଟକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଲେ ସୋମାଲିକା । ଯୁବତୀ ଜଣକ ପୂର୍ବରୁ ବିବାହ କରିଥିବା କୋର୍ଟକୁ ଜଣାଇବେ ସୋମାଲିକା ।

ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ଏପରିକି ଯୁବତୀଙ୍କ ବିବାହ ବେଳେ ସେଥିରେ ସାକ୍ଷୀ ରହିଥିଲେ ବିଜୟଶଙ୍କର ।

ସୂଚନା ଥାଉକି, ସୋମାଲିକା ଅଭିଯୋଗ ଅନୁଯାୟୀ କୋର୍ଟରେ ହୋଇ ଦର୍ଶାଇଛନ୍ତି କି ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ତାଙ୍କ ର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି ଅର୍ଥାତ୍ କୋର୍ଟକୁ ଭୁଲ୍ ତଥ୍ୟ ଦେଇଛନ୍ତି । ସେହି ଯୁବତୀ ଯାହାଙ୍କୁ ପ୍ରଥମେ ବିବାହ କରିଥିଲେ ସେଥିରେ ନିଜେ ସାକ୍ଷୀ ପଡ଼ିଥିଲେ ବିଜୟ ଶଙ୍କର ।

you can also read...

wp:embed {"url":"https://www.prameyanews7.com/mla-vijay-shankars-marriage-dispute-case-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mla-vijay-shankars-marriage-dispute-case-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.