Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିଲେ କ’ଣ ହୁଏ? ଜାଣନ୍ତୁ ଏହି ଦୋଷ ନିବାରଣର ଉପାୟ

19/09/2023 at 4:49 PM

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦର୍ଶନ ବର୍ଜିତ। କୁହାଯାଏ ଏହି ଦିନ ଚନ୍ଦ୍ର ଦର୍ଶନ କଲେ ମିଥ୍ୟା ଦୋଷ ବା କଳଙ୍କ ଲାଗିଥାଏ। ଏହି ଦିନ ଚନ୍ଦ୍ର ଦେଖିଥିବା ଲୋକଙ୍କୁ ମିଥ୍ୟା ଚୋରି ଅଭିଯୋଗ ଶୁଣିବାକୁ ପଡିପାରେ। ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଏକ ମୂଲ୍ୟବାନ ମଣି ଚୋରି କରିଥିବାର ମିଥ୍ୟା ଅଭିଯୋଗ ହୋଇଥିଲା। ଏ ନେଇ ନାରଦ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ସେ ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ଚନ୍ଦ୍ରଙ୍କୁ ଦର୍ଶନ କରିଥିଲେ। ଏଣୁ ତାଙ୍କ ବିରୋଧରେ ଏପରି ମିଥ୍ୟା ଅଭିଯୋଗ ଆସିଛି। ତେବେ ଗଣେଶ ଚତୁର୍ଥୀରେ ଯଦି ଆପଣ ଚନ୍ଦ୍ର ଦର୍ଶନ କରିଛନ୍ତି ଜାଣନ୍ତୁ କରିବେ କ’ଣ?

ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ କାହିଁକି ଉଚିତ ନୁହେଁ ?
କୁହାଯାଏ ଥରେ ଚନ୍ଦ୍ର ଦେବଙ୍କ ମନରେ ତାଙ୍କର ସୁନ୍ଦରତା ଓ ତେଜକୁ ନେଇ ଗର୍ବ ଜାତ ହୋଇଥିଲା। ସେ ଏକ ବ୍ୟଙ୍ଗ ଟିପ୍ପଣୀ କରି ଗଣେଶଙ୍କୁ ଚିଡେଇବାକୁ ଚେଷ୍ଟା କରିଥିଲେ। ଚନ୍ଦ୍ରଙ୍କ ପରିହାସରେ ଗଣେଶ ରୁଷ୍ଟ ହୋଇଥିଲେ ଓ ତାଙ୍କୁ ଅଭିଶାପ ଦେଇଥିଲେ। କହିଥିଲେ ଗଣେଶ ଚତୁର୍ଥୀ ଦିନ କେହି ଚନ୍ଦ୍ରଙ୍କ ଦର୍ଶନ କରିବେନି କି ସେଦିନ ତାଙ୍କର ପୂଜା ହେବନି। ଗଣେଶ ଅଭିଶାପ ଦେଇ କହିଥିଲେ ଯେ ଯିଏ ବି ଚତୁର୍ଥୀ ଦିନ ଚନ୍ଦ୍ରଙ୍କ ଦର୍ଶନ କରିବ ତାଙ୍କୁ ଜୀବନରେ କଳଙ୍କର ସମ୍ମୁଖୀନ ହେବାକୁ ପଡିବ। ଗଣେଶଙ୍କ ଅଭିଶାପ ପରେ  ଚନ୍ଦ୍ରଙ୍କୁ ହେଜ ହୋଇଥିଲା। ସେ ଭୁଲ ଅନୁଭବ କରିପାରିଥିଲେ।

ଗଣେଶଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଚନ୍ଦ୍ର ଶିବଙ୍କ ଉପାସନା କରିଥିଲେ। ଚନ୍ଦ୍ରଙ୍କ ତପସ୍ୟାରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଅଭିଶାପ ମୁକ୍ତ କରିବାକୁ ନିବେଦନ କରିଥିଲେ। ଏଥିରେ ପିତାଙ୍କ ଆଜ୍ଞାକୁ ପାଳନ କରି ଗଣେଶ ଚନ୍ଦ୍ରଙ୍କୁ ଶାପ ମୁକ୍ତ ହେବାର ଉପାୟ କହିଥିଲେ। ଏଥିରେ ଚନ୍ଦ୍ର ଗଣେଶ ଚତୁର୍ଥୀ ଦିନ ତାଙ୍କର ଅପମାନ କରିଥିଲେ। ଏଣୁ କେବଳ ସେହି ଦିନଟିକୁ ଛାଡି ବାକି ଦିନମାନଙ୍କରେ ଚନ୍ଦ୍ର ଦର୍ଶନ ଶୁଭ ମନେ କରାଯିବ ବୋଲି କହିଥିଲେ।  ଏହେ ଛଡା ଯଦି କେହି ଏହି ଦିନ ଭୁଲ କ୍ରମେ ଚନ୍ଦ୍ର ଦର୍ଶନ ବି କରନ୍ତି ତେବେ ପରେ ତୁରନ୍ତ ଗଣେଶଙ୍କୁ ଦର୍ଶନ କଲେ ଦୋଷ ଦୂର ହୁଏ।

   Related Posts