CAAକୁ ନେଇ UNHRCରେ ଜବାବ ରଖିଲା ଭାରତ, ସଲିସିଟର ଜେନେରାଲ କହିଲେ ଏହା ସୀମିତ ଆଇନ, ପଡ଼ୋଶୀ ଦେଶରେ ପୀଡ଼ିତ ସଂଖ୍ୟାଲଘୁ

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରପରିଷଦ ବୈଠକରେ ସିଏଏ ଆଇନକୁ ନେଇ ମୁହଁ ଖୋଲିଛି ଭାରତ । ସଲିସିଟର ଜେନେରାଲ ତୁଷାର ମେହେଟା ଏହି ଆଇନକୁ ନେଇ UNHRC ସଦସ୍ୟ ଦେଶର ପ୍ରତିନିଧିମାନଙ୍କୁ ବୁଝାଇଛନ୍ତି । ଏହା ଏକ ସିମିତ ଆଇନ, ଯାହା ଭାରତର ପଡୋଶୀ ଦେଶମାନଙ୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଯାତିତ ହେଉଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରିବାରେ ସହାୟକ ହେଉଛି ।

UNHRC ବୈଠକରେ ସିଏଏ ଆଇନକୁ ଆମେରିକା ସମେତ ବିଭିନ୍ନ ଦେଶ ଚିନ୍ତା ପ୍ରକଟ କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ସିଏଏ ହେଉଛି ସେହି ଆଇନ ଯାହାକି ଭିନ୍ନ ଭିନ୍ନ ଦେଶରେ ନାଗରିକତାକୁ ନେଇ ମନଦଣ୍ଡ ନିର୍ଦ୍ଧାରିତ କରେ । ଏହି ମାନଦଣ୍ଡ ଭାରତ ଓ ଏହାର ପଡ଼ୋଶୀ ଦେଶ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ସନ୍ଦର୍ଭ । ଏହି ଆଇନର ମୁଖ୍ୟ ଉଦେଶ୍ୟ ହେଉଛି ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ତାନରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ପାରସୀ, ଜୈନ ଓ ଇସାଇ ଧର୍ମାବିଲମ୍ବୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବା । ଏହି ଆଇନ ପଡୋଶୀ ଦେଶରେ ନିର୍ଯାତିତ ହେଉଥିବା ଲୋକଙ୍କୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ସହିତ ସଶକ୍ତ କରାଇବ । ସିଏଏ ଆଇନ କେବଳ ବିଦେଶୀଙ୍କୁ ଭାରତରେ ମିଳିଥିବା ନାଗରିକତାକୁ ସଂଶୋଧନ କରୁଛି । ଭାରତୀୟ ସମ୍ବିଧାନ ଲୋକଙ୍କ ମୌଳିକ ଅଧିକାରକୁ ଗ୍ୟାରେଣ୍ଟି ଦେଇଥାଏ । କାହାର ନାଗରିକତା ଛଡ଼ାଏ ନାହିଁ ବୋଲି ସଲିସିଟର ଜେନେରା ତୁଷାର ମେହେଟା କହିଛନ୍ତି ।

ନଭେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ଆୟୋଗ ରିଭ୍ୟୁ ବୈଠକ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ UNHRCର ସଦସ୍ୟ ଦେଶ ଓ ଅନ୍ୟ ଦେଶ ମାନଙ୍କର ମାନବଧିକାର ଆଇନକୁ ନେଇ ସମୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.