ଝିଅର ଅଶ୍ଲୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ବିଏସଏଫ୍ ଯବାନଙ୍କୁ ପିଟି ପିଟି ହତ୍ୟା

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଳୀ, ୨୬/୧୨: ଝିଅର ଅଶ୍ଲୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ବିଏସଏଫ୍‌ର ଜଣେ ଯବାନଙ୍କୁ ପିଟି ପିଟି ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ନାଡିୟାଦରେ। ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଚକଲାସୀ ଗ୍ରାମର। ଝିଅର ଭିଡିଓକୁ ଅନଲାଇନରେ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଭିଡିଓ ପୋ​ଷ୍ଟ କରିଥିବା ଯୁବକଙ୍କ ପରିବାର ଲୋକ।

ସୂଚନା ଅନୁଯାୟୀ, ଯୁବତୀ ସେହି ସ୍କୁଲରେ ପଢ଼ୁଥିଲେ ଯେଉଁଠାରେ ଯୁବକ ଜଣକ ପଢ଼ୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଯୁବକ ଜଣକ ଏକ ଅଶ୍ଲୀଳ ଭିଡିଓ ଅନଲାଇନରେ ପୋଷ୍ଟ କରିଥିଲେ ଯାହାପରେ ଶନିବାର ବିଏସଏଫ୍ ଯବାନ ଯୁବକଙ୍କ ଘରକୁ କଥାବାର୍ତ୍ତା ପାଇଁ ଯାଇଥିଲେ। ଯେଉଁଠାରେ ଯୁବକଙ୍କ ପରିବାର ଲୋକେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଏବଂ ପିଟି ପିଟି ହତ୍ୟା କରିଥିଲେ।

ପୋଲିସ ଦ୍ବାରା ରୁଜୁ ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ ଶନିବାର ରାତିରେ ଯବାନ ନିଜ ପତ୍ନୀ, ଦୁଇ ପୁଅ ଏବଂ ଭଣଜା ସହ ଯୁବକଙ୍କ ଘରକୁ ଯାଇଥିଲେ। କିନ୍ତୁ ଯୁବକଙ୍କ ପରିବାର ଲୋକ ସେମାନଙ୍କ ସହ ଗାଳି ଗୁଲଜ କରିଥିଲେ। ଆଉ ଏହାର ବିରୋଧ କରିବାରୁ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ ଯୁବକଙ୍କ ପରିବାରଲୋକ, ଯେଉଁଥରେ ଉକ୍ତ ବିଏସଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.