କମ୍ୱିଂ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବାବେଳେ ଧକ୍କା ଦେଲା ଟିପ୍ପର, ଯବାନ ଗୁରୁତର

Published By : Prameya-News7 Bureau | August 01, 2022 IST

କୋରାପୁଟ,୦୧/୦୮: ଦୁର୍ଘଟଣାରେ ବିଏସଏଫ ଜବାନ ଗୁରୁତର ଆହତ । ଟିପର ଧକ୍କାରେ ଗୁରୁତର ଆହତ । ଶୁଙ୍କି ଫାଣ୍ଡି ଅଧିନରେ ଥିବା ଲାଉଡି ଘାଟିରେ ଘଟିଛି ଦୁର୍ଘଟଣା । କମ୍ୱିଂ ଅପରେସନ କରି ପେଟ୍ରୁ କ୍ୟାମ୍ପକୁ ଫେରୁଥିବାବେଳେ ଟିପ୍ପର ଧକ୍କା ଦେଇଥିଲା । ଆହତ ବିଏସଏଫ ଯବାନ ତିଲକ ସିଂହକୁ ପ୍ରଥମେ ପଟାଙ୍ଗି ହସପିଟାଲରେ ଚିକିତ୍ସା କରିବାପରେ କୋରାପୁଟ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇ ଫେରାର ଥିବା ଟିପ୍ପର ଡ୍ରାଇଭରକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପଟାଙ୍ଗି ଥାନା ପୋଲିସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.