ସୈନିକ ଆଖିରେ ଲୁହ, ପରିବାରକୁ ନ୍ୟାୟ ଓ ସୁରକ୍ଷା ପାଇଁ ବର୍ଡରରୁ ଭିଡିଓ ମାଧ୍ୟମରେ କଲେ ନିବେଦନ

Published By : Prameya-News7 Bureau | August 20, 2021 IST


ନୀଳଗିରି,୨୦/୮ :
ଦେଶ ପାଇଁ ସୁରକ୍ଷା ଦେଉଥିବା ଯବାନ ପରିବାରକୁ ସୁରକ୍ଷା ଦେବାରେ ଅସହାୟ । ଆସିଛି ବୀର ଯବାନଙ୍କ ଆଖିରେ ଲୁହ । ପରିବାରକୁ ନ୍ୟାୟ ଦେଉନାହିଁ ପୋଲିସ । ଥାନାରେ ଅଭିଯୋଗ ପରେ କିଛି ସୁଫଳ ମିଳିପାରିଲା ନାହିଁ ବରଂ ଘଟଣାକୁ ସମାଧାନ କରିବା ପରେ ଏବେ ଗାଁର ଏକ ପରିବାର ତାଙ୍କ ବାପା ମାଙ୍କୁ ଧମକ ଦେବା ସହ ମାମଲାରେ ଛନ୍ଦି ଦେଇଇଛି। ଯବାନ ଜଣଙ୍କ ଭିଡିଓ ଫୁଟେଜ ମାଧ୍ୟମରେ ପରିବାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ତିନଦେଶ ନରସିଂହପୁର ଗ୍ରାମର ନନି ଗୋପାଳ ମହାପାତ୍ର ଜାମ୍ମୁ କାଶ୍ମୀର ବର୍ଡ଼ରରେ ସୁରକ୍ଷାକର୍ମୀ ଅଛନ୍ତି । ତାଙ୍କର ବାପା ମାଆ ସାନଭାଇ ଗାଁରେ ରୁହନ୍ତି । ତାଙ୍କର ପଡୋଶୀ ପ୍ରଦୀପ ବିଶ୍ୱାଳ ଓ ପ୍ରତାପ ବିଶ୍ୱାଳ ସମେତ ଅନ୍ୟମାନେ ଘରବାଡି ଜାଗାକୁ ନେଇ ବାରମ୍ବାର ତାଙ୍କ ପରିବାରକୁ ହଇରାଣରେ ପକାଇ ଆସୁଥିଲେ । ପରେ ଧମକ ଚମକ ଦେବା ସହ ଗାଳିଗୁଲଜ ମଧ୍ୟ କରିଥିଲେ ।

ଏଭଳି ଘଟଣାକୁ ନେଇ ଅଯୋଧ୍ୟା ଫାଣ୍ଡିରେ ଗତ ଏପ୍ରିଲ ମାସ ଛୁଟିରେ ଆସିଥିବା ବେଳେ ସେ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାକୁ ଗୁରୁତର ସହ ନନେବାରୁ ପରେ ନୀଳଗିରି ଥାନାରେ ଦେଖା କରିଥିଲେ । ଏହାପରେ ସେ ବର୍ଡ଼ରକୁ ଫେରିଯାଇଥିଲେ । ପରେ ତାଙ୍କ ପରିବାର ଓ ତାଙ୍କ ନାମରେ ଏକ ମିଥ୍ୟା ମାମଲା କରିବା କୁ ଧମକ ଚମକ ଦେବା ସହ ତାଙ୍କ ଚାକିରି ନେବାର ଧମକ ଦେଇଥିବା ଅଭିଯୋଗ ଉଠିଛି ।

ଏପରିକି ଥାନାରେ ଅଭିଯୋଗ ପରେ ଯବାନ ଜଣଙ୍କ ନିଜର ଅସନ୍ତୋଷ ଜାହିର କରିଛନ୍ତି । ବାପା ମାଆ ଓ ଭାଇଙ୍କ ସୁରକ୍ଷା ପାଇଁ ଚିନ୍ତାଘାରିଥିବା ବେଳେ ସେ ସୁଦୂର ବର୍ଡରରୁ କାନ୍ଦି କାନ୍ଦି ଏକ ଭିଡିଓ ଫୁଟେଜ ଜରିଆରେ ନିବେଦନ କରିଥିବା ଜଣାପଡିଛି । କିଛି ବି ଅଘଟଣ ଘଟିବା ପୂର୍ବରୁ ସରକାର ଗମ୍ଭୀରତାର ସହ ନେବା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.