କପଡ଼ା ସଫା କରିବାକୁ ନେଇ ମାରପିଟ୍: ଯବାନଙ୍କୁ ପିଟି ପିଟି ହତ୍ୟା କଲେ ଡିଏମ୍କେ କାଉନସିଲର
15/02/2023 at 7:31 PM

କୃଷ୍ଣଗିରି: ୩୩ ବର୍ଷୀୟ ସେନା ଯବାନଙ୍କୁ ପିଟି ପିଟି ହତ୍ୟା କଲେ ଡିଏମ୍କେ କାଉନସିଲର ଓ ଅନ୍ୟମାନେ। ପାଣି ଟାଙ୍କି ପାଖରେ କପଡ଼ା ଧୋଇବାକୁ ନେଇ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି। ତାମିଲନାଡୁ କୃଷ୍ଣଗିରି ପୋଚ୍ଚାମ୍ପଲି ଠାରେ ଏଭଳି ଦୁଃଖଦ ଘଟଣା ଘଟିଛି।
ପାଣି କଳ ପାଖରେ କପଡ଼ା ସଫା କରିବାକୁ ନେଇ ଫେବ୍ରୁଆରୀ ୮ ତାରିଖରେ ରାତିରେ ଡିଏମ୍କେ କାଉନସିଲର ଚିନ୍ନାସାମୀଙ୍କ ସହ ଯବାନ ପ୍ରଭାକରଣଙ୍କର ତର୍କ ହୋଇଥିଲା। ଏହାପରେ ଚିନ୍ନାସାମୀଙ୍କ ସହ ଅନ୍ୟ ୯ ଜଣ ମିଶି ପ୍ରଭାକରଣ ଓ ତାଙ୍କ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଦୁର୍ଘଟଣାରେ ପ୍ରଭାକର ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଭାଇ ପ୍ରଭୁଙ୍କ ଅଭିଯୋଗ ଅନୁସାରେ, ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ଚିନ୍ନାସାମୀଙ୍କ ପୁଅ ରାଜାପାଣ୍ଡି ମଧ୍ୟ ରହିଛନ୍ତି। ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଛନ୍ତି ଅଭିଯୁକ୍ତ କାଉସିଲର ଚିନ୍ନାସାମୀ। ଏହି ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରି ଚିନ୍ନାସାମୀଙ୍କୁ ଖୋଜୁଛି।