ବୈଜ୍ଞାନିକଙ୍କୁ ଘାରିଲାଣି ଚିନ୍ତା, ସୂର୍ଯ୍ୟଙ୍କ ସୁପରଫ୍ଲେୟର ଆଣିବ ପୃଥିବୀ ପାଇଁ ବଡ ବିପଦ !

Published By : Prameya-News7 Bureau | December 22, 2024 IST

ନୂଆଦିଲ୍ଲୀ ୨୨।୧୨: ପୃଥିବୀକୁ ମାଡି ଆସୁଛି ବିପଦ । ସମସ୍ୟାର କାରଣ ପାଲଟିବ ସୂର୍ଯ୍ଯ । ହଜାରେ ବର୍ଷରେ ନିର୍ଗତ ହେଉଥିବା ପ୍ରବାହ କେତେବେଳେ ବି ପୃଥିବୀରେ ପହଞ୍ଚିପାରେ । ଯାହାପରେ ହୋଇପାରେ ବଡ କ୍ଷତି । ଏହାର ପ୍ରଭାବ କୌଣସି ପରମାଣୁ ବୋମାଠାରୁ କମ୍‌ ନୁହେଁ । ଜୀବଜଗତ ଠାରୁ ଆରମ୍ଭ କରି ସାଟେଲାଇଟ୍‌ ପର୍ଯ୍ୟନ୍ତ ସବୁକିଛି ହୋଇପାରେ ନଷ୍ଟ । ନୂଆ ରିସର୍ଚ୍ଚରୁ ଆସିଛି ଏଭଳି କିଛି ତଥ୍ୟ । 

ଯାହାପରେ ବିଶେଷଜ୍ଞଙ୍କୁ ଘାରିଛି ଚିନ୍ତା । ସୂର୍ଯ୍ୟଙ୍କ ଠାରୁ ଆସୁଛି ଅଦ୍ଭୁତପୂର୍ବ ବୃହତ ଶକ୍ତିର ପ୍ରବାହ । ଯାହା ପୃଥିବୀ ପାଇଁ ଡାକିଆଣିପାରେ ବିରାଟ ସମସ୍ୟା । ସୃଷ୍ଟି ପ୍ରତି ସାଜିପାରେ ବିପଦର କାରଣ । ଆଉ ସେହି ଶକ୍ତି କୁହାଯାଉଛି ସୁପରଫ୍ଲେୟର । ବୈଜ୍ଞାନିକ ପୂର୍ବରୁ ଭାବିଥିଲେ କି ଏହି ଘଟଣାଗୁଡ଼ିକ ପ୍ରାୟ ହଜାରେ ବର୍ଷରେ ଥରେ ଘଟେ । କିନ୍ତୁ ବର୍ତ୍ତମାନ ଏହା କୌଣସି ବି ସମୟରେ ହୋଇପାରେ । ଏହା ଉପଗ୍ରହ, ଜିପିଏସ୍ ଏବଂ ପାୱାର୍ ଗ୍ରୀଡ୍ ପରି ଅନେକ ଟେକ୍ନୋଲୋଜିକୁ କ୍ଷତି ପହଞ୍ଚାଇପାରେ ।

ସୁପରଫ୍ଲେୟର ହେଉଛି ବିସ୍ଫୋରଣ । ଯାହା ସୂର୍ଯ୍ୟକୁ ମହାକାଶରୁ କରିଦେବ ଗାଏବ । ଛୋଟ ସୁପରଫ୍ଲେୟର ସହଜରେ ଛୋଟ ବ୍ୟାଘାତ ସୃଷ୍ଟି କରିପାରେ, ଯେପରିକି ରେଡିଓ ସିଗନାଲ୍ କିମ୍ବା ଜିପିଏସ୍ରେ ଖରାପ ହୋଇପାରେ । କିନ୍ତୁ ସୌର ସୁପରଫ୍ଲେର୍ ଯଥେଷ୍ଟ ଅଧିକ ଶକ୍ତିଶାଳୀ । ଏହା ନିୟମିତ ଫ୍ଲେୟର ଅପେକ୍ଷା ଲକ୍ଷ ଲକ୍ଷ ଗୁଣ ଅଧିକ ଶକ୍ତି ନିର୍ଗମନ କରିଥାଏ । 

ଏହି ବିସ୍ଫୋରଣ ଆଲୋକର ବେଗରେ ଗତି କରେ । ତେଣୁ ପୃଥିବୀରେ ପହଞ୍ଚିବା ପାଇଁ ଏହା ମାତ୍ର କିଛି ମିନିଟ୍ର ସମୟ ନେଇଥାଏ । ଛୋଟ ସୌର ଫ୍ଲେୟର ଅସ୍ଥାୟୀ ସମସ୍ୟା ସୃଷ୍ଟି କରିପାରେ । କିନ୍ତୁ ଏକ ସୁପରଫ୍ଲେୟର୍ ଭୟଙ୍କର ହୋଇପାରେ ।  ଏହା ଉପଗ୍ରହକୁ ନଷ୍ଟ କରିପାରେ, ପାୱାର ଗ୍ରୀଡ୍ ବନ୍ଦ କରିପାରେ ଏବଂ ସମଗ୍ର ବିଶ୍ୱରେ ଯୋଗାଯୋଗ ପ୍ରଣାଳୀକୁ ବାଧା ଦେଇପାରେ । ଏହି କ୍ଷତି ଅନେକ ଦିନ କିମ୍ବା ସପ୍ତାହ ଧରି ରହିପାରେ । ଯାହା ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିପାରେ । 

ଖବର ଅନୁଯାୟୀ, ବୈଜ୍ଞାନିକମାନେ ବହୁ ପୂର୍ବରୁ ବିଶ୍ବାସ କରୁଥିଲେ ଯେ ସୂର୍ଯ୍ୟଙ୍କର ଏକ ସୁପରଫ୍ଲେୟାର ଅଛି । କିନ୍ତୁ ଏହା କେବଳ ହଜାରେ ବର୍ଷରେ ଥରେ ହୋଇଥାଏ । ଏକ ଅଧ୍ୟୟନରେ ୫୦ ହଜାରରୁ ଅଧିକ ତାରାଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା । ସେହି ତାରାମାନେ ପ୍ରତି ୧୦୦ ବର୍ଷରେ ଥରେ ସୁପରଫ୍ଲେୟର୍ ନିର୍ଗତ କରନ୍ତି । କିନ୍ତୁ ବର୍ତ୍ତମାନର ଏହି ନୂଆ ଆବିଷ୍କାର ଚିନ୍ତା ବଢାଇଛି । ଯଦି ସୂର୍ଯ୍ୟ ଅନ୍ୟ ତାରାଙ୍କ ପରି ହେବ ତେବେ ଅଧିକ ସୁପରଫ୍ଲେୟର୍ ଦେଖିବାକୁ ମିଳିବ । ଯାହା ପୃଥିବୀ ଉପରେ ବିପଦକୁ ବଢାଇପାରେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.