ତୃତୀୟ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1, ଇସ୍ରୋ ଦେଲା ସୂଚନା
10/09/2023 at 12:27 PM

ନୂଆଦିଲ୍ଲୀ ୧୦।୦୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ- L1। ଯାହାକୁ ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ସଫଳତାର ସହିତ ତୃତୀୟ କକ୍ଷପଥରେ ପ୍ରବେଶ କରିଛି । ISRO କହିଛି ଯେ ରବିବାର ସକାଳ ୦୨.୩୦ ସମୟରେ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ISTRAC) ସଫଳତାର ସହିତ ଆଦିତ୍ୟ L1 କୁ ପରବର୍ତ୍ତୀ କକ୍ଷପଥରେ ପହଞ୍ଚାଇଲା । ମିଶନ ସମୟରେ ମରିସସ୍, ବେଙ୍ଗାଲୁରୁ, SDSC-SHAR ଏବଂ ପୋର୍ଟ ବ୍ଲେୟାରରେ ଥିବା ଇସ୍ରୋ ଗ୍ରାଉଣ୍ଡ ଷ୍ଟେସନ ଦ୍ୱାରା ଏହି ଉପଗ୍ରହ ଉପରେ ନଜର ରଖାଯାଇଥିଲା ।
ଏବେ ଚତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍ । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧ ହଜାର ୭୭୬ କିଲୋମିଟର ଦୂରତାରେ ବୁଲୁଛି ଆଦିତ୍ୟ- ଏଲ୧ । ୫ମ କକ୍ଷପଥ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ଫ ପ୍ରଦାନ କରିବ ସାଟେଲାଇଟ୍ ।

କହିବାକୁ ଗଲେ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ଏବଂ ମହାକାଶ ଅଧ୍ୟୟନ ପାଇଁ ଭାରତ ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଆରମ୍ଭ କରିଥିଲା। ଏହି ସୂର୍ଯ୍ୟ ମିଶନ ପୃଥିବୀର ଏହି ନିକଟତମ ତାରା ଉପରେ ନଜର ରଖିବ ଏବଂ ସୌର ପବନ ପରି ମହାକାଶ ପାଣିପାଗର ଫିଚର୍ସ ଉପରେ ଅଧ୍ୟୟନ କରିବ ।