Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୂର୍ଯ୍ୟ ମିଶନ୍‌କୁ ନେଇ ଖୁସିଖବର ଦେଲା ISRO: ପୃଥିବୀ ଠାରୁ କେତେ ଦୂରରେ ଓ କିପରି ଅଛି କହିଲା ଆଦିତ୍ୟ ଏଲ୍‌-୧

18/09/2023 at 10:13 PM

ନୂଆଦିଲ୍ଲୀ, ୧୮/୯: ଆଦିତ୍ୟ ଏଲ୍‌-୧ ଗତ ସେପ୍ଟେମ୍ବର ୨ ତାରିଖରେ ସଫଳତାର ଲଞ୍ଚ୍‌ କରିଥିଲା। ପିଏସ୍‌ଏଲ୍‌ଭି ସି-୫୭ ସାଟେଲାଇଟ୍‌ ଦ୍ୱାରା ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାଓ୍ୱନ ସ୍ପେସ୍‌ ଏହାକୁ ଲଞ୍ଚିଂ କରାଯାଇଥିଲା। ଏବେ ଆଦିତ୍ୟ ଏଲ୍‌୧କୁ ନେଇ ଖୁସି ଖବର ଦେଇଛି ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ କହିଛି ଯେ ଆଦିତ୍ୟ ଏଲ୍‌୧ ମିଶନ୍‌ ସାଇଣ୍ଟଫିକ୍‌ ଡାଟାକୁ ଏକାଠି କରି ପଠାଇବା ଆରମ୍ଭ କରିଦେଇଛି। ଏନେଇ ଇସ୍ରୋ ଏକ୍ସରେ ସୂଚନା ଦେଇଛି।  

ସଂସ୍ଥା ପକ୍ଷରୁ ଲେଖାଯାଇଛି ଯେ ଆଦିତ୍ୟ ଏଲ୍‌୧ ମିଶନ୍‌ ସାଇଣ୍ଟଫିକ୍‌ ଡାଟା ଏକାଠି କରିବା ଆରମ୍ଭ କରିଦେଇଛି। STEPS ଉପକରଣର ସେନସର୍‌ ପୃଥିବୀରୁ ୫୦ ହଜାର କିମିରୁ ଅଧିକ ଦୂର ସୁପର ଥର୍ମାଲ  ଓ ଶକ୍ତିଶାଳୀ ଆୟନ ଓ ଇଲେକ୍ଟ୍ରୋନ୍‌ର ମାପିବା ଆରମ୍ଭ କରିଦେଇଛି। ଏହି ଡାଟା ବୈଜ୍ଞାନିକଙ୍କୁ ପୃଥିବୀର ପାଖାପାଖିରେ ଥିବା କଣିକାର ବ୍ୟବହାରର ବିଶ୍ଲେଷଣ କରିବାରେ ସହାୟକ ହେବ। ଏହି ଚିତ୍ର ଏକକ ୟୁନିଟ୍‌ ଭାବେ ପରିବେଶର ସଗୃହୀତ ଶକ୍ତିଶାଳୀ କଣିକାକୁ ଦର୍ଶାଯାଇଛି।

ଆଦିତ୍ୟ ସୋଲାର ଓ୍ୱିଣ୍ଡ୍ ପାର୍ଟିକିଲ୍‌ ଏକ୍ସପେରିମେଣ୍ଟ(ASPEX) ପେଲୋଡ୍‌ର ଏକ ଅଂଶ। STEPS ଉପକରଣ ନିଜ ଡାଟାକୁ ଏକାଠି କରିବା କାର୍ଯ୍ୟ ଆରମ୍ଭ କରିଦେଇଛି। STEPS ବିଭିନ୍ନ ଦିଗରୁ ନିରୀକ୍ଷଣ କରି ତଥ୍ୟ ସଂଗ୍ରହ ପାଇଁ ୬ଟି ସେନସର୍‌ ଖଞ୍ଜାଯାଇଛି।

୧୦ ସେପ୍ଟେମ୍ବରରେ STEPS ଆକ୍ଟିଭ୍‌ ପୃଥିବୀରୁ ୫୦ ହଜାର କିମିରୁ ଅଧିକ ଦୂରରେ ରହିଛି। ତେବେ ମହାକାଶଯାନ ପୃଥିବୀରୁ ୫୦ ହଜାର କିମି ଦୂର ଅତିକ୍ରମ ନକରିବା ପର୍ଯ୍ୟନ୍ତ ଡାଟା ସଂଗ୍ରହ କରିଚାଲିଥିଲା। STEPSକୁ ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା(PRL) ଦ୍ୱାରା ଅହମ୍ମଦାବାଦରେ ମହାକାଶ ଅନୁପ୍ରୟୋଗ କେନ୍ଦ୍ର (SAC)ର ସହାୟତାକ୍ରମେ ବିକଶିତ କରାଯାଇଥିଲା। ଯାହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଭିଜ୍ଞତା ଦେଖାଇଥିଲା।  ସୂର୍ଯ୍ୟର ଅଧ୍ୟୟନ କରିବା ପାଇଁ ସମର୍ପିତ ଭାରତର ପ୍ରଥମ ମିଶନ ଆଦିତ୍ୟ ଏଲ୍‌-୧ ମହାକାଶ ଯାନ ଘୂରି ଘୂରି ଲକ୍ଷ୍ୟର ଆଗକୁ ବଢୁଛି।

   Related Posts