scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତୀୟ ଯବାନଙ୍କ ପାଇଁ ‘କବଚ’ ତିଆରି କଲେ ସୋନମ ଓ୍ବାଙ୍ଗଚୁକ୍‌, କାହିଁକି ଖାସ୍‌ ହିଟେଡ୍‌ ଟେଣ୍ଟ ?

20/02/2021 at 11:00 PM

ନୂଆଦିଲ୍ଲୀ ୨୦/୦୨: ରମଣ ମାଗାସେସ ଆଓ୍ବାର୍ଡରେ ସମ୍ମାନୀତ ଭାରତୀୟ ଇଞ୍ଜିନିୟର ସୋନମ ଓ୍ବାଙ୍ଗଚୁକ୍‌ ଭାରତୀୟ ସେନା ପାଇଁ ହିଟେଡ୍‌ ଟେଣ୍ଟ ତିଆରି କରିଛନ୍ତି। ଏବେ ଏହି ହିଟେଡ୍‌ ଟେଣ୍ଟ ଲଦାଖ ସିୟାଚେନ୍‌ ସୀମାରେ ମୁତୟନ ଯବାନଙ୍କୁ ମିଳିବ। ଓ୍ବାଙ୍ଗଚୁକ୍‌ ଟେଣ୍ଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ୟୁଜର୍ସ ତାଙ୍କୁ ବହୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ମାଇନସ୍‌ ୩୦ ଡିଗ୍ରି ସେଲସିୟସ୍‌ରେ ଭାରତୀୟ ଯବାନମାନେ ସୀମାରେ ମୁତୟନ ଅଛନ୍ତି। ସୈନିକମାନେ ଥଣ୍ଡାରୁ ମୁକ୍ତି ପାଇବାକୁ ଓଜନିଆ ଜୋତା ଏବଂ କପଡ଼ା ପିନ୍ଧୁଛନ୍ତି। ଏହା ପରେ ବି ଥଣ୍ଡା ଦାଉରୁ ରକ୍ଷା ପାଇବାକୁ ଏଠାରେ ମୁତୟନ ଯବାନଙ୍କୁ ନିଆଁ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ପରିବେଶ ପ୍ରଦୂଷଣ ତ ହେଉଛି ଅନ୍ୟପଟେ ଏହାର ପ୍ରଭାବ ଏତେ ପଡ଼ୁନି।

ସୋନମ ଓ୍ବାଙ୍ଗଚୁକ ଟ୍ବିଟ୍‌ରେ ଜଣାଇଛନ୍ତି, ‘ରାତି ୧୦ ପରେ ଯେଉଁଠି ତାପମାତ୍ରା ମାଇନସ୍‌ ୧୪ ଡିଗ୍ରି ସେଲସିୟସ୍‌ ତାପମାତ୍ରା ଥିଲା ସେଠାରେ ଏହି ଟେଣ୍ଟ ଭିତରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଥିଲା। ଏହାର ଅର୍ଥ ବାହାର ତାପମାତ୍ରା ଠାରୁ ଟେଣ୍ଟ ଭିତରର ତାପାମାତ୍ରା ୨୯ ଡିଗ୍ରି ଅଧିକ ଥିଲା।’ ଏହି ଟେଣ୍ଟ ଭିତରେ ଅତ୍ୟଧିକ ଥଣ୍ଡା ରାତି କାଟିବାକୁ ଭାରତୀୟ ଯବାନଙ୍କୁ  ସହଜ ହେବ। ଏହି ସୋଲାର ହିଟେଡ୍‌ ମିଲିଟାରି ଟେଣ୍ଟ ସୌର ଉର୍ଜାରେ କାମ କରିବ।

ଏହି ଟେଣ୍ଟ ଭିତରେ ଆରାମରେ ୧୦ ଜଣ ରହିପାରିବେ। ଏହା ସହିତ ହିଟେଡ୍‌ ଟେଣ୍ଟ ପୋର୍ଟେବଲ୍‌। ଏହାର ଅର୍ଥ ପୁରା ଟେଣ୍ଟକୁ ସ୍ଥାନାନ୍ତର କରିବା ଅତ୍ୟନ୍ତ ସହଜ। ଗୋଟିଏ ଟେଣ୍ଟର ଓଜର କେବଳ ୩୦ କେଜି। ମେଡ୍‌ ଇନ୍‌ ଇଣ୍ଡିଆ ହିଟେଡ୍‌ ଟେଣ୍ଟକୁ ଲଦାଖରେ ହିଁ ତିଆରି କରିଛନ୍ତି ଓ୍ବାଙ୍ଗଚୁକ।

   Related Posts