ଦେଶରେ କେଉଁଠି କେତେବେଳେ ଦେଖାଯିବା ସୂର୍ଯ୍ୟପରାଗ ? ଜାଣନ୍ତୁ ଭୁବନେଶ୍ୱରର ପରାଗ ସମୟ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨: ଚଳିତ ବର୍ଷର ଶେଷ ତଥା ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ୨୬ଡିସେମ୍ବର ଗୁରୁବାର ପୂର୍ବାହ୍ନରେ ଦେଖାଯିବ। ପୁଷ ଅମାବାସ୍ୟାରେ ହେଉଥିବା ଏହି ପରାଗ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦେଖାଯିବ। ରାଜଧାନୀ ଦିଲ୍ଲୀରେ ପରାଗ ସକାଳ ୮ଟା ୧୭ ମିନିଟ୍‌ରୁ ଆରମ୍ଭ ହୋଇ ୧୦ଟା ୫୭ ନିନିଟ୍ ପର୍ଯ୍ୟନ୍ତ ଦେଖାଯିବ। ଉତ୍ତର ଭାରତରେ ଏହି ସୂର୍ଯ୍ୟପରାଗ ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ନାହିଁ। ତେବେ ଦକ୍ଷିଣ ଭାରତର କେତେକ ସ୍ଥାନରେ କୁଣ୍ଡଳାକାର ସୂର୍ଯ୍ୟପରାଗ ଦେଖାଯିବ।

{"id":202598,"sizeSlug":"large"}

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପରାଗ ସ୍ପର୍ଷ ୮ଟା ବାଜି ୧୯ ମିନିଟ୍‌ରେ ହେବ। ୧୧ଟା ୨୮ ମିନିଟ୍‌ରେ ପାରଗ ସର୍ବ ମୋକ୍ଷ ହେବ। ଦୀର୍ଘ ୩ଘଣ୍ଟା ୯ ମିନିଟ୍ କାଳ ପରାଗର ମୁଖ୍ୟ ଭାଗ ୯ଟା ୪୬ ମିନିଟ୍‌ରେ ଦେଖି ହେବ। ଏହା ପରେ କ୍ରମଶଃ ପରାଗ ମୋକ୍ଷ ଆଡକୁ ଗତି କରିବ। ତେବେ ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ଲୋକେ ସମ୍ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ମୁମ୍ବାଇରେ ପରାଗ ୮ଟା ୪ ମିନିଟ୍‌ରୁ ଆରମ୍ଭ ହୋଇ ୧୧ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଲାଗିବ। ତେବେ ପୋର୍ଟ ବ୍ଲେୟରରେ ପରାଗର ଅବଧି ସର୍ବାଧିକ ୩ଘଣ୍ଟା ୩୬ ମିନିଟ୍ ରହିବ।

{"id":202599,"sizeSlug":"large"}

ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଭାରତରେ ହେବ କେବଳ ୬ଟି ସୂର୍ଯ୍ୟପରାଗ
ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏକ ପ୍ରାକୃତିକ ଖଗୋଳିୟ ଘଟଣା। ପ୍ରତିବର୍ଷ ଏହିଭଳି ମହାଜାଗତିକ ଘଟଣା ହୋଇଥାଏ। ତେବେ ଗୁରୁବାର ସୂର୍ଯ୍ୟପରାଗ ବେଳେ ସୂର୍ଯ୍ୟ ଏକ ନିଆଁ ବଳୟ ଭଳି ଦେଖାଯିବ। ଏହାର ମୁଖ୍ୟ କାରଣ ହେଲା ସୂର୍ଯ୍ୟ ଏହି ସମୟରେ ଅପେକ୍ଷାକୃତ ପୃଥିବୀର ନିକଟରେ ରହୁଥିବା ବେଳେ ଚନ୍ଦ୍ର ଦୂରରେ ଥିବେ।ଏଣୁ ସୂର୍ଯ୍ୟଙ୍କୁ ଚନ୍ଦ୍ର ସମ୍ପୂର୍ଣ୍ଣ ଢାଙ୍କିପାରୁନଥିବାରୁ କେବଳ ତାଙ୍କର ପରିଧି ଦେଖିବାକୁ ମିଳିବ। ଏହା ପୂର୍ବରୁ ଭାରତରେ ୨୦୧୫ ମସିହାରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯାଇଥିଲା। ଏହା ପରେ ୨୧ ଜୁନ ୨୦୨୦ରେ ପୁଣି ସେହିପରି ପରାଗ ଅନୁଷ୍ଠିତ ହେବ। ୨୦୨୦ ମସିହା ପରେ ଭାରତ ପୁଣି ୨୦୩୧, ୩୪, ୬୪, ୮୫ ଓ ୨୧୧୪ରେ ସୂର୍ଯ୍ୟପରାଗ ଦେଖିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.