ବୃଷ ରାଶିରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: ଏହି ଦୁଇ ରାଶିର ଲୋକେ ପାଇବେ ଶୁଭ ଫଳ

Published By : Prameya-News7 Bureau | June 05, 2021 IST

ଭୁବନେଶ୍ୱର ୦୫/୦୬: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଦିନ ଲାଗିବାକୁ ଯାଉଛି । ସୂର୍ଯ୍ୟ ପରାଗର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି । ଜ୍ୟୋତିଷ ଗଣନା ଅନୁସାରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବୃଷ ରାଶିରେ ଲାଗିବ । ବୃଷ ରାଶିରେ ଗ୍ରହଣ ଲାଗିବାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗର ପ୍ରଭାବ ସବୁ ରାଶି ଉପରେ ପଡିଥାଏ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ କେଉଁ ରାଶି ପାଇଁ ଶୁଭ ଜାଣନ୍ତୁ…

ସିଂହ ରାଶି -

{"id":462010,"sizeSlug":"large","linkDestination":"none"}

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ । ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ପଦୋନ୍ନତି ସହ ଲାଭ ମିଳିବାର ଯୋଗ ରହିଛି । ଧନ ଲାଭର ମଧ୍ୟଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାର ମଉକା ମିଳିବ ।

ଧନୁ ରାଶି -

{"id":462012,"width":708,"height":398,"sizeSlug":"large","linkDestination":"none"}

ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଶୁଭ ଫଳଦାୟୀ ହେବ । ଧନ ଲାଭ ହେବ । ଯାହାଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହେବ । କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.