ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ରାତି ୮ ଟା ୨୦ ରେ ପାକତ୍ୟାଗ ଓ ଦେବନୀତି ନିଷେଧ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨ -  ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ । ୧୦ ବର୍ଷ ପରେ ପଡୁଥିବା ଏହି ସୂର୍ଯ୍ୟପରାଗ ଓଡିଶାରେ ଆଂଶିକ ଅର୍ଥାତ ୫୦ ରୁ ୬୦ ପ୍ରତିଶତ ଦେଖାଯିବ । ସକାଳ ୮ ଟା ୨୦ ମିନିଟରୁ ୧୧ଟା ୨୮ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିବା ହାନିକାରକ ।  ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

{"id":202425,"sizeSlug":"large"}

 ଆସନ୍ତାକାଲି ସୂର୍ଯ୍ୟ ପରାଗ ।   ସକାଳ ୮ ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଆଜି  ରାତି ୮ ଟା ୨୦ ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ୧୧ଟା ୨୯ ମିନିଟ ୧୦ ସେକେଣ୍ଡରେ ସର୍ବ ମୋକ୍ଷ ହେବ । 

{"id":202426,"width":550,"height":334,"sizeSlug":"large"}

ସୂର୍ଯ୍ୟ ପରାଗ ପାଇଁ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେଉଛି । ପହୁଡ ନୀତି ନହେବା କାରଣରୁ ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ । ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସକାଳେ ସୂର୍ଯ୍ୟ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ ।  ଏହାପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.