ସିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଲଗାଣ ବର୍ଷାରେ ବେହାଲ ହୋଇଛି ପାହାଡ଼ି ରାଜ୍ୟ । ବନ୍ୟା ବିତ୍ପାତ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଅଧିକାଂଶ ଜିଲ୍ଲାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଆଲର୍ଟ ଜାରି କରାଯାଇଛି । ହିମାଚଳର ସୋଲନ ଜିଲ୍ଲାର ମମଲିକ୍ର ଧୟାଓ୍ବାଲା ଗାଁରେ ବାଦଲଫଟା ବର୍ଷା ହୋଇଛି । ସୋଲନ ଡିସି ମନମୋହନ ଶର୍ମାଙ୍କ ସୂଚନା ଅନୁଯାୟୀ, ବର୍ଷା ଯୋଗୁ ଗାଁରେ ୭ଜଣ ପ୍ରାଣ ହରାଇଛନ୍ତି । ସେହିପରି କିଛି ନିଖୋଜଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି ।
ରବିବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିଲା । ଲଗାଣ ବର୍ଷା ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ସୁକ୍ଖୁ ଛୁଟି ଘୋଷଣା କରିଛନ୍ତି ।
wp:html/wp:htmlDevastated to hear about the loss of 7 precious lives in the tragic cloud burst incident at Village Jadon, Dhawla Sub-Tehsil in Solan District. My heartfelt condolences go out to the grieving families. We share in your pain and sorrow during this difficult time. We have directed…
— Sukhvinder Singh Sukhu (@SukhuSukhvinder) August 14, 2023
ନଦୀ-ନାଳ ଓ ଭୂ-ସ୍ଖଳନ ସ୍ଥାନକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ହିମାଚଳ ପ୍ରଦେଶ ସମସ୍ତ ଶିକ୍ଷଣ ସଂସ୍ଥା ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରହିବ । ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଡିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ରେସକ୍ୟୁ ଟିମ୍ ନିୟୋଜିତ ହୋଇଛନ୍ତି । ସଡ଼କ, ବିଜୁଳି, ପାନୀୟଜଳ ବ୍ୟବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
wp:embed {"url":"https://www.prameyanews7.com/landslide-in-chinas-xian-6-person-missing-21-lost-life/","type":"wp-embed","providerNameSlug":"prameya-news-7"}ସେହିପରି ଉତ୍ତରାଖଣ୍ଡ ମଧ୍ୟରେ ବର୍ଷା ବିତ୍ପାତ ଜାରି ରହିଛି । ଚମୋଲି ଜିଲ୍ଲାରେ ଗତ ରାତି ବଦଲଫଟା ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ଜଳସ୍ତର ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ପାଇଁ ଡେରାଡୁନ୍, ଟେହରୀ, ପୌଡି, ଚମ୍ପାଓ୍ବାତ, ନୈନିତାଲ ଏବଂ ଉଧମସିଂହରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।