ଶୋଇଥିବା ବେଳେ ତମ୍ବୁରେ ଚଢ଼ିଗଲା ଟ୍ରକ, ଚାଲିଗଲା ଶ୍ରମିକଙ୍କ ଜୀବନ
13/09/2022 at 8:36 AM

ଭଦ୍ରକ ୧୩/୦୯: ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ । ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ । ଏହି ଘରେ ଏକାଧିକ ଶ୍ରମିକ ରହୁଥିବା ବେଳେ ଏକ ଟ୍ରକ ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା ।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି । ସମସ୍ତ ଶ୍ରମିକ ବାହାର ରାଜ୍ୟର ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023