ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ମୃତ୍ତିକା ଦିବସ; ମାଟିର ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

Published By : Prameya-News7 Bureau | December 05, 2022 IST

ଭୁବନେଶ୍ୱର ୦୫/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୋମବାର ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗାଁରେ ଏହି ଦିବସ ପାଳନ କରାଯାଇଛି। ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡଃ ରାମପ୍ରସାଦ ନନ୍ଦୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଏ ତାହା ବିସ୍ତିର୍ଣ୍ଣ ଆଲୋଚନା କରିଥିଲେ।

ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟହିଁ ଅଧିକ ଅମଳର ଭିତ୍ତିଭୂମି ବୋଲି ବକ୍ତାମାନେ କହିଛନ୍ତି। ଚତୁ୍‌ର୍ଥ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଯୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୃତ୍ତିକା ସଚେତନତା କାର୍ଯ୍ୟକ୍ରମ ଗାଁମାନଙ୍କର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଗ୍ରଣି କୃଷକ ଓ ଗାଁଲୋକମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବିଜୟ କୁମାର ସାହୁ, ସହକାରୀ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ରାୱେର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ମଧ୍ୟ ଯୋଗଦେଇ କୃଷକମାନଙ୍କୁ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଉଚିତ ବୋଲି କହିଥିଲେ। ଡକ୍ଟର ଭୁବନାନନ୍ଦ ଅଧିକାରୀ, ଅଧ୍ୟାପକ ଦୀପ୍ତନୁ ଦତ୍ତ ଓ ଡକ୍ଟର ସବ୍ୟସାଚୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.