ଭୁବନେଶ୍ବର ୧୭।୧୧: SOG ହାବିଲଦାରଙ୍କ କଳଙ୍କିତ କାରନାମା । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗରେ ବନ୍ଧା ହେଲେ ହାବିଲଦାର । ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରା ଗିରଫ ହୋଇଛନ୍ତି ।
ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମସାଗର । ଭୁବନେଶ୍ବର ରେଣ୍ଟାଲ କଲୋନୀରେ ଦୁହେଁ ୮ବର୍ଷ ହେବ ଏକାଠି ରହି ଆସୁଥିଲେ । ଅଧ୍ୟାପିକା ଜଣଙ୍କ ବିବାହ ପାଇଁ କହିବାରୁ ପ୍ରେମସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ ।
ଅଭିଯୋଗ ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ । ଖାଲି ଅଧ୍ୟାପିକା ନୁହଁନ୍ତି ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
You Can Read :
wp:embed {"url":"https://www.prameyanews7.com/restrictions-on-transfer-of-tribal-lands/","type":"wp-embed","providerNameSlug":"prameya-news-7"}