ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ମୁଁ ଦେବୀ .. ତାଲିବାନୀଙ୍କୁ ହରାଇବି ; ଆଫଗାନିସ୍ତାନ ଲୋକଙ୍କ ସୁରକ୍ଷା ପାଇଁ ଅଭିନେତ୍ରୀ ସୋଫିଆ ହାୟାତ୍ କହିଲେ ଏମିତି..

21/08/2021 at 5:00 PM

ମୁମ୍ବାଇ ୨୧/୦୮ : ବିଗ୍ ବସ୍ ସିଜିନ-୭ରେ ଅଂଶଗ୍ରହଣ କରିଥିବା ଜଣାଶୁଣା ମଡେଲ ସୋଫିଆ ହାୟାତ୍ ଅନେକ ସମୟରେ ନିଜର ବୋଲ୍ଡ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋଫିଆ ହାୟାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇ ସାରିଛନ୍ତି।  ହେଲେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି । ହେଲେ ବର୍ତ୍ତମାନ ସୋଫିଆ ଆଫଗାନିସ୍ତାନର ପିରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏଥିରେ ନିଜକୁ ଦେବୀ ବୋଲି କହି ତାଲିବାନକୁ ପରାସ୍ତ କରିବାକୁ ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି ।

ସୋଫିଆ ହାୟାତ୍ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେ ଏହି ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ସୋଫିଆ ନିଜକୁ ଦେବୀ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହ କ୍ୟାପସନ୍‌ ଲେଖିଛନ୍ତି, ଆଞ୍ଜେଲ ଓ ସମସ୍ତ ଧର୍ମର ଭଗବାନ ମିଳିତ ହୋଇ ତାଲିବାନକୁ ପରାସ୍ତ କରି ଦେବେ । ଭିଡିଓରେ ସୋଫିଆ କହୁଛନ୍ତି କି ମୁଁ ମାତା ତଥା ଦେବୀ ସୋଫିଆ ହାୟାତ୍ । ଆଫଗାନିସ୍ତାନରେ ଯାହା ଘଟୁଛି ତାହା ଆମ ଦେଶର କଥା । ଏଥିପାଇଁ ହନୁମାନ, ଶିବ, ଆଲ୍ଲା,ସୋଫିଆ ସମସ୍ତେ ଆଫଗାନିସ୍ତାନକୁ ସୁରକ୍ଷା ଦେବେ ।

ଏହା ସହ ସେ କହିଛନ୍ତି କି, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଠାରେ ଥିବା ମହିଳାମାନେ ପୂନର୍ବାର ସ୍ବାଧୀନତା ପାଇବେ । ଏହି ତାଲିବାନମାନେ ହିନ୍ଦୁ , ମୁସଲମାନ କିମ୍ବା ଶିଖ୍ ନୁହନ୍ତି ବରଂ ସେମାନେ ସୈତାନର ସନ୍ତାନ ଅଟନ୍ତି । ଏହା ବ୍ୟତୀତ ସୋଫିଆ କହିଛନ୍ତି କି ଆମେ ସମସ୍ତେ ମିଳିତ ଭାବେ ଆଫଗାନିସ୍ତାନ ପାଇଁ ଶାନ୍ତି ଆଣିବୁ । ଆମର ଶକ୍ତି ସେମାନଙ୍କ ଅପେକ୍ଷା ଅଧିକ । ଏଥିପାଇଁ ଆଖି ବନ୍ଦ କରି ଆଫଗାନିସ୍ତାନ ପାଇଁ ପ୍ରାର୍ଥନା କର ।

   Related Posts