ମଙ୍ଗଳା ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା, ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ

Published By : Prameya-News7 Bureau | September 23, 2022 IST

କୋଣାର୍କ ୨୩/୦୯: ପାର୍ବଣରେ ମା ଶକ୍ତିମୟୀ, କରୁଣାମୟୀ ମା ଜଗତ ଜନନୀ ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଆଜି ଅଷ୍ଟଭୁଜା ଓ ଆଦିଶକ୍ତି ଭାବେ ପୂଜା ପାଇଥାନ୍ତି ମା ମଙ୍ଗଳା । ପୌରାଣିକ ଆଧୁନିକ ଓ ବର୍ତ୍ତମାନ ମତରେ ମାଙ୍କ ପ୍ରାଚୀନ କାଳରୁ ଅନେକ ଇତିହାସ ରହିଛି ।

ଆଜି ଷୋଳପୂଜାର ପ୍ରତ୍ୟକ ଦିନ ମାନଙ୍କ ପୂଜାରେ ବିଭିନ୍ନ ନୀତି ନିୟମ ଓ ପରମ୍ପରା ରହିଛି । କିନ୍ତୁ ଷୋଳ ପୂଜାରେ ମାଙ୍କ ବିଭିନ୍ନ ବେଶ କରଯାଇ ରୀତିନୀତିରେ ପୂଜା କରାଯାଇଥାଏ । ଯାହା ଦେଖିବାକୁ ବେଶ୍ ଶୋଭନୀୟ ଓ ଲୋଭନୀୟ ହୋଇଥାଏ । ରାତ୍ର ଚାରିଟାରୁ ମାଙ୍କ ପହଡ଼ ଖୋଲି ମାଙ୍କୁ ସ୍ନାନ କରିବା ସହ ନୂଆବସ୍ତ୍ର ପିନ୍ଧାଇ ବିଭିନ୍ନ ପ୍ରକାର ପୁଷ୍ପମାଳ ଦ୍ୱାରା ମାଙ୍କୁ ସଜାଇ ଥାନ୍ତି ସେବାୟତ । ପରେ ସେବାୟତ ମାଙ୍କ ବିଭିନ୍ନ ସେବା ଆରମ୍ଭ କରିଥାନ୍ତି ।

ପ୍ରଥମେ ମଙ୍ଗଳ ଆଳତୀ ପରେ ପୁଣି ମାଙ୍କ ସ୍ନାନ ମାର୍ଜଣା କରାଯାଇଥାଏ । ପରେ ଆରମ୍ଭ ହୋଇଥାଏ ପୂଜା ଓ ଭୋଗର ରୀତି ନୀତି । ସୂର୍ଯ୍ୟ ପୂଜା ପରେ, ଦ୍ୱାର ପାଳ ପୂଜା ଓ କଳସ ପୂଜା ମାଙ୍କ ପାଖରେ ହୋଇଥାଏ । ପରେ ବଲଭ ଭୋଗ ମାଧ୍ୟାହ୍ନରେ ଖେଚୁଡି ଭୋଗ, ଦିପହରେ ଚଣ୍ଡୀ ପାଠ ଓ ପରେ ଅନ୍ନ ଭୋଗ ଲାଗିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.