ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ରୁଜୁ ଲାଗି ହାଇକୋର୍ଟରେ PIL

28/06/2022 at 6:24 PM

ମୁମ୍ବାଇ ୨୮।୬: ମହାରାଷ୍ଟ୍ର ରାଜନୀତିରେ ଉଠାପକା ମଧ୍ୟରେ ଜନୈକ ସାମାଜିକ କାର୍ଯ୍ୟକର୍ତ୍ତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏଥିରେ ସାର୍ବଜନିକ ଶାନ୍ତି ଭଙ୍ଗ ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ତଥା ପୂତ୍ର ଆଦିତ୍ୟ ଠାକରେ ଓ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ରୁଜୁ ଲାଗି କାର୍ଯ୍ୟକର୍ତ୍ତା ପିଟିସନରେ ନିବେଦନ କରିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ହେମନ୍ତ ପାଟିଲଙ୍କ ପକ୍ଷରୁ କୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାରେ ତିନି ନେତାଙ୍କ ବିରୋଧରେ ଅରାଜକତା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଲାଗି ଦେଶଦ୍ରୋହ ମୋକଦ୍ଦମା ରୁଜୁ କରାଯିବା ଦରକାର ବୋଲି କହିଛନ୍ତି।

ଆବେଦନକାରୀ  ପିଟିସନରେ ଠାକରେ ପିତା-ପୁତ୍ର ଓ ସଞ୍ଜୟ ରାଉତଙ୍କ ପ୍ରେସ କନଫରେନ୍ସ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀ ପ୍ରସଙ୍ଗରେ ସେମାନଙ୍କର ମହାରାଷ୍ଟ୍ରର ଅଲଗା ଅଲଗା ଅଞ୍ଚଳ ବୁଲିବା ଉପରେ ମଧ୍ୟ କଟକଣା ଲଗାଇବାକୁ ଦାବି କରିଛନ୍ତି। ଜନସ୍ୱାର୍ଥ ମାମଲାରେ ୩ ନେତାଙ୍କ ଉପରେ ସାର୍ବଜନିକ ଶାନ୍ତି ଭଙ୍ଗର ଅଭିଯୋଗ ଲଗାଯାଇଛି। ପୁଣେର ଏହି ସାମାଜିକ କାର୍ଯ୍ୟକର୍ତ୍ତା ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ସଞ୍ଜୟ ରାଉତଙ୍କୁ ଏକନାଥ ସିନ୍ଦେଙ୍କୁ ନେଇ କୌଣସି ପ୍ରକାର ବୟାନବାଜି ଉପରେ ରୋକ ଲଗାଇବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଆବେଦନକାରୀ ତାଙ୍କ ପିଟିସନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର କେତେକ ବିଧାୟକ ବିଦ୍ରୋହ ପରେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ବିରୋଧ ପ୍ରଦର୍ଶନ  ହୋଇଥିବା ଓ ସେମାନଙ୍କ ବିରୋଧରେ ଅଭଦ୍ର ଭାଷାର ଉପଯୋଗ କରାଯାଉଥିବା ଉଲ୍ଲେଖ କରିଛନ୍ତି। ବିଧାୟକମାନେ ଏଥିପାଇଁ ଗୌହାଟୀରେ କ୍ୟାମ୍ପ କରିଛନ୍ତି ଯେହେତୁ ସେମାନଙ୍କୁ ଧମକ ଦିଆଯାଇଛି ବୋଲି ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି। ଏହି ଉଦ୍ୟମରେ ଶିବସୈନିକମାନେ ରାଜ୍ୟରେ ହିଂସା କରୁଛନ୍ତି।

ରାଜ୍ୟର ଅଧିକାଂଶ ସ୍ଥାନରେ ଏହି ୩ ନେତା ଲୋକଙ୍କୁ ଉସକାଉଥିବାରୁ ଦଙ୍ଗା ମଧ୍ୟ ହେଉଥିବାର କହିଛନ୍ତି। ଫଳରେ ସାର୍ବଜନିକ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ଯାହାର ପୋଲିସ ମୁକ ଦର୍ଶକ ପାଲଟିଛି। ଉପୁଜିଥିବା ପରିସ୍ଥିତିରେ ରାଜ୍ୟର ଆଇନଶୃଙ୍ଖଳା ପ୍ରଭାବିତ ହୋଇପାରେ। ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ଓ ଏଥିଯୋଗୁ କ୍ଷୟକ୍ଷତି ହୁଏ ତେବେ ସେଥିପାଇଁ ଏହି ୩ ନେତାଙ୍କୁ ଦାୟି କରିବା ଲାଗି ଆବେଦନକାରୀ ପିଟିସନରେ ନିବେଦନ କରିଛନ୍ତି।

ରାଜ୍ୟର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ୍ ସିକ୍ୟୁରିଟି ଦେଇଛନ୍ତି। ଏହାର ଅର୍ଥ ରାଜ୍ୟରେ ରାଜନୈତିକ ପରିସ୍ଥିତି ଠିକ୍ ନଥିବା ପ୍ରମାଣିତ ହେଉଥିବା ଆବେଦନକାରୀ କହିଛନ୍ତି।  ଏଣୁ ୩ ନେତାଙ୍କ ବିରୋଧରେ ତୁରନ୍ତ ଦେଶଦ୍ରୋହ ମାମଲା ରୁଜୁ ଲାଗି କୋର୍ଟଙ୍କୁ ନିବେଦନ କରିଛନ୍ତି।    

   Related Posts