ମୁଜ୍ଜଫରପୁରରେ ଥମୁନି ଏଇଏସ୍, କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ

Published By : Prameya-News7 Bureau | June 17, 2019 IST

ମୁଜ୍ଜଫରପୁର ୧୩।୬:   ବିହାର ମୁଜ୍ଜଫରପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଏନସେଫେଲାଇଟସ୍  (ସ୍ଥାନୀୟ ଭାଷାରେ ଚମକୀ ବୁଖାର) ଏବେ ଅନ୍ୟ ଜିଲ୍ଲାମାନଙ୍କୁ ବ୍ୟାପିଗଲାଣି। ପ୍ରତିଦିନ ଜ୍ୱରରେ ଆକ୍ରାନ୍ତ ଶହଶହ ଶିଶୁଙ୍କ ମୃତ୍ୟୁ ହେଉଥିବା ବେଳେ ଏବେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁହୋଇଛି। ମୁଜ୍ଜଫରପୁର ସିଜେଏମଙ୍କ କୋର୍ଟରେ ଏହି ମୋକଦ୍ଦମା ରୁଜୁ ହୋଇଥିବା ବେଳେ ସମାଜିକ କର୍ମୀ ତମନ୍ନା ହାସ୍ମୀ ମାମଲା ଦାୟର କରିଛନ୍ତି। ଅଜଣା ଜ୍ୱରରେ  ଶହଶହ ନିରିହ ଶିଶୁଙ୍କ ମୃତ୍ୟ ପାଇଁ ସାମାଜିକ କର୍ମୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେୟ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଦାୟି କରିଛନ୍ତି। କୋର୍ଟ ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରିଥିବା ବେଳେ ଜୁନ ୨୪ ତାରିଖରେ ଏହାର ଶୁଣାଣି ହେବ। 

{"id":124106}

ବିହାରରେ ଆକ୍ୟୁଟ ଏନସେଫାଲାଇଟସ୍ ସିଣ୍ଡ୍ରୋମ ଏଇଏସ କିଛି ନୂଆ କଥା ନୁହେଁ। ଗତ ୫ ବର୍ଷ ହେଲା ରାଜ୍ୟରେ ଏକ ନିର୍ଦ୍ଧିଷ୍ଟ ଋତୁରେ ଏଇଏସ୍ ଲକ୍ଷଣ ପ୍ରକାଶ ପାଉଥିବା ବେଳେ ଶହଶହ ଶିଶୁ ଆକ୍ରାନ୍ତ ହେଉଛନ୍ତି। ହେଲେ ଏହି ରୋଗ ଓ ଏଥିପ୍ରତି ସତର୍କତା ନିମନ୍ତେ ରାଜ୍ୟ ଅଥବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରାଥମିକତା ଦିଆଯାଉନି। ଏଣୁ ସଚେତନତା ଅଭାବରୁ ରାଜ୍ୟରେ ପ୍ରତିବର୍ଷ ଶହ ଶହ ନିରିହ ଶିଶୁ ଏହି ରୋଗରେ ପ୍ରାଣ ହରାଉଥିବା ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି।

{"id":124107}

ଚଳିତ ବର୍ଷ ଏଇଏସ୍ ପୁଣି ବ୍ୟାପୀବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଅଭାକୁ ଦାୟି କରିଥିଲେ। ତେବେ ଲୋକଙ୍କୁ ଏନେଇ ସଚେତନ କରାଇବାକୁ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଥିଲା ବୋଲି ସାମାଜିକ କର୍ମୀ କୋର୍ଟଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ବିହାରର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ବେଶ ସଚେତନ ବୋଲି ସାମାଜିକ କର୍ମୀ ଉଲ୍ଲେଖ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ  ନିଆଯାଇନଥିବା ଅଭିଯୋଗ କରିଛନ୍ତି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଏଇଏସ ପାଇଁ ସେ ଦାୟି କରିଥିବା ବେଳେ କଣ ପାଇଁ ମୋକଦ୍ଦମା ରୁଜୁ ହୋଇ ପାରିବନାହିଁ ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.