କେବଳ ଏପ୍ରିଲରେ X ଭାରତରେ ବ୍ୟାନ କରିଛି ୧ଲକ୍ଷ ୮୪ ହଜାରରୁ ଅଧିକ ଆକାଉଣ୍ଟ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ ୧୧।୫: ଏଲନ ମସ୍କଙ୍କ ଦ୍ୱାରା ସଞ୍ଚାଳିତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ତାର କମ୍ପ୍ଲାୟଂସ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଭାରତରେ ପଲିସି ଉଲ୍ଲଂଘନ କାରଣରୁ ୧ଲକ୍ଷ ୮୪ ହଜାର ୨୪୧ ଆକାଉଣ୍ଟ ବ୍ୟାନ୍ କରିଛି। ୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ଏହି ସବୁ ଆକାଉଣ୍ଟ ବ୍ୟାନ୍ ହୋଇଛି। ଏଥିରେ ଅଧିକାଂଶ ଆକାଉଣ୍ଟ ଚାଇଲ୍ଡ ସେକ୍ସୁଆଲ ଆବ୍ୟୁସ ଓ ନନ କନସେନସୁଆଲ ନଗ୍ନତାକୁ ପ୍ରୋତ୍ସାହିତ କରୁଥିଲା। 

ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଦେଶରେ ଆତଙ୍କବାଦ ପ୍ରୋତ୍ସାହନ ନିମନ୍ତେ ୧,୩୦୩ ଆକାଉଣ୍ଟକୁ ବି ହଟାଇ ଦେଇଛି। ଫଳରେ ଏହି ଅବଧିରେ ଏକ୍ସ ମୋଟ ୧ଲକ୍ଷ ୮୪ ହଜାର ୫୪୪ ଆକାଉଣ୍ଟ ବ୍ୟାନ କରିଛି। ଏକ୍ସ ନୂଆ ଆଇଟି ନିୟମ ୨୦୨୧ ପାଳନ ନେଇ ଜାରି କରିଥିବା ମାସିକ ରିପୋର୍ଟରେ କହିଛି ଯେ ‘ନିଜର ଗ୍ରିଭାନ୍ସ ରିଡ୍ରେସାଲ ମେକାନିଜିମ ମାଧ୍ୟମରେ ନିର୍ଦ୍ଧିଷ୍ଟ ସମୟ ସୀମାରେ ଭାରତରୁ ୟୁଜରଙ୍କ ୧୮,୫୬୨ଟି ଅଭିଯୋଗ ମିଳିଥିଲା’। ଏହା ଛଡା କମ୍ପାନୀ ୧୧୮ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିଛି ଯେଉଁଥିରେ ଆକାଉଣ୍ଟ ସସପେନସନ ନେଇ ଆବେଦନ କରାଯାଇଥିଲା। 

କମ୍ପାନୀ କହିଛି ଯେ ସ୍ଥିତିକୁ ସମୀକ୍ଷା କରିବା ପରେ ଆମେ ଏଥିରୁ ୪ଟି ଆକାଉଣ୍ଟର ସସପେନସନଙ୍କୁ ପଲଟାଇ ଦେଇଛୁ। ତେବେ ବାକି ଆକାଉଣ୍ଟ ଗୁଡିକ ସସପେଣ୍ଡ ରହିବେ। ଆମକୁ ରିପୋର୍ଟିଂ ଅବଧିରେ ଆକାଉଣ୍ଟଗୁଡିକ ସମ୍ପର୍କରେ ସାଧାରଣ ପ୍ରଶ୍ନ ସମ୍ପର୍କିତ ୧୦୫ଟି ଅନୁରୋଧ ମିଳିଥିଲା। ଭାରତରୁ ଅଧିକାଂଶ ଅଭିଯୋଗ କଟକଣା ଉଲ୍ଲଂଘନ (୭,୫୫୫ଟି), ଘୃଣିତ ଆଚରଣ (୩,୩୫୩ଟି) ଓ ଦୁର୍ବ୍ୟବହାର ଏବଂ ଉତ୍ପୀଡ଼ନ ସମ୍ପର୍କିତ ୨,୪୦୨ଟି ଅଭିଯୋଗ ମିଳିଥିଲା। ଏଣୁ ଆପଣ ବି ଯଦି ଏକ୍ସ ଉପଯୋଗ କରୁଥାନ୍ତି ଏହି ସବୁ କଥାକୁ ଧ୍ୟାନରେ ରଖନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.