ଓ୍ବାସିଂଟନ୍ ୩/୦୭: ଫେସବୁକ୍ ଏବଂ ଟ୍ବିଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୀର୍ଘ ଦିନ ହେଲା ବ୍ୟାନ୍ କରି ରଖିଛନ୍ତି। ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ବିକଳ୍ପ ଖୋଜି ବାହାର କରିଛନ୍ତି। ସୋସିଆଲ୍ ମିଡିଆ ପ୍ରତି ଟ୍ରମ୍ପଙ୍କ ପ୍ରେମକୁ ଦେଖି ତାଙ୍କ ଟିମ୍ ଗୋଟିଏ ସୋସିଆଲ ମିଡିଆ ପ୍ଲଟଫର୍ମ ଲଞ୍ଚ କରିଛି।
ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ଜେସନ ମିଲର ଟ୍ବିଟ୍ର ଭଳି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ GETTR ଲଞ୍ଚ କରିଛନ୍ତି। କିନ୍ତୁ ଏବେ ଯାଏ ଟ୍ରମ୍ପ ଏଥିରେ ନିଜର ଆକାଉଣ୍ଟ ଖୋଲିନାହାନ୍ତି। ଗେଟର ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରେ ମାଗଣାରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହୋଇଛି। ୧୭ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକେ ଏହି ଆପ୍କୁ ବ୍ୟବହାର କରିପାରିବେ।
wp:embed {"url":"https://twitter.com/politico/status/1410648488124243974","type":"rich","providerNameSlug":"twitter","responsive":true,"className":""}ଗେଟର କିଛ ମାତ୍ରାରେ ଟ୍ବିଟ୍ର ଭଳି ।ଗେଟର ଲଞ୍ଚ କରିଥିବା ମିଲର କହିଛନ୍ତି, ଯଦିଓ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଏହି ମଞ୍ଚରେ ସାମିଲ ହୋଇନାହାନ୍ତି ତଥାପି ତାଙ୍କର ଗେଟର ହ୍ୟାଣ୍ଡେଲ ‘ରିୟଲଡୋନାଲ୍ଡଟ୍ରମ୍ପ’ ମୋ ପାଖରେ ସୁରକ୍ଷିତ ଅଛି। ଏହା ସହ ଟ୍ରମ୍ପଙ୍କୁ ଏହି ପ୍ଲାଟଫର୍ମରେ ସାମିଲ ହେବାକୁ ମିଲର ଅପିଲ୍ କରିଛନ୍ତି।