ଫିଲ୍ମ ପଠାନର ବୟକଟ ପରେ ମୁହଁ ଖୋଲିଲେ ଶାହାରୁଖ ଖାନ; କହିଲେ- ସୋସିଆଲ୍ ମିଡିଆ ସଂକୀର୍ଣ୍ଣ ମାନସିକତାରେ ପରିଚାଳିତ ହୁଏ

Published By : Prameya-News7 Bureau | December 15, 2022 IST

ମୁମ୍ବାଇ: ଫିଲ୍ମ ପଠାନର ବୟକଟ୍‌ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବା ପରେ ମୁହଁ ଖୋଲିଛନ୍ତି ଅଭିନେତା ଶାହାରଖୁ ଖାନ। ସୋସିଆଲ ମିଡିଆରେ ଅନେକ ସମୟରେ କିଛି ସଂକୀର୍ଣ୍ଣ ମାନସିକତାର ପରିଚାଳିତ ହୋଇଥାଏ ବୋଲି ଶାହାରୁଖ ଖାନ କହିଛନ୍ତି।

କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଯୋଗ ଦେବା ପାଇଁ ଅନ୍ୟ ବଲିଉଡ୍‌ଷ୍ଟାର୍‌ଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି ଶାହାରୁଖ। କାର୍ଯ୍ୟକ୍ରମର ୨୮ ତମ ସଂସ୍କରମଣରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶାହାରୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେ ଅମିତାଭ ଓ ଜୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ପରେ ଫିଲ୍ମ ବିଷୟରେ ମତ ରଖିଥିଲେ।

wp:html /wp:html

ସେ କହିଛନ୍ତି “ ବର୍ତ୍ତମାନ ସମୟରେ ସିନେମା ଓ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ମାଧ୍ୟମରେ ଲୋକଙ୍କ ଅନୁଭବ ଓ ଅଭିବ୍ୟକ୍ତି ପ୍ରକାଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ନିର୍ଦ୍ଦିଷ୍ଟ ସମୟରେ କଥାକୁ ସୋସିଆଲ୍ ମିଡିଆ ରୂପ ଦେଉଛି। ଏହା ଉପରେ ବିଶ୍ୱାସ କରିବା ସିନେମା ଉପରେ ପ୍ରଭାବ ପକାଉଛି। ମୋତେ ଲାଗୁଛି ଯେ ସିନେମା ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଆବଶ୍ୟକତା ପଡ଼ୁଛି। ସୋସିଆଲ୍ ମିଡିଆ କିଛି ସଂକୀର୍ଣ୍ଣ ମାନସିକଧାରୀଙ୍କ ଦ୍ୱାରା ପରିଚାଳିତ ହେଉଛି ଯାହା ମଣିଷର ସ୍ୱାଭବାକୁ ନିଜ ଭିତରେ ହିଁ ସୀମିତି ରଖିଦେଉଛି। କେଉଁଠି ନା କେଉଁଠି ଏଭଳି ନକାରାତ୍ମକାତା ସୋସିଆଲ୍ ମିଡିଆର ବହୁଳ ବ୍ୟବହାରକୁ ବଢ଼ାଉଛି ଓ ଏହାର ବାଣିଜ୍ୟିକ ମୂଲ୍ୟ ବି ଅଧିକ ହେଉଛି। ଏଭଳି ଆଭିମୁଖ୍ୟ ଏକ ବିଭେଦକାରୀ ବିନାଶ ଦିଗକୁ ଟାଣି ନେଉଛି।”

ଶାହାରୁଖ ଆହୁରି କହିଛନ୍ତି ଯେ ସିନେମା କାହାଣୀ ମାଧ୍ୟମରେ ମଣିଷର ମାନସିକତାକୁ ଅଥି ସରଳ ଭାବରେ ଦର୍ଶାଇ ଥାଏ। ଏହା ପରସ୍ପରକୁ ଜାଣିବାକୁ ସହଯୋଗ କରିଥାଏ ବୋଲି ଶାହରୁଖ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.