ଇଂଷ୍ଟାଗ୍ରାମରେ ମାଗଣା ଫଟୋ ଅପଲୋଡ କରନ୍ତିନି ପ୍ରିୟଙ୍କା, ଜାଣନ୍ତୁ ନିଅନ୍ତି କେତେ
25/07/2019 at 7:10 PM

ଫିଲ୍ମ, ଏଡ୍, ଟକ୍ ସୋ ବାଦେ ବି ସେଲିବ୍ରିଟିଙ୍କର ରହିଛି ଆଉ ଏକ ପ୍ଲାଟଫର୍ମ, ଯେଉଁଠୁ ସେମାନଙ୍କୁ ମିଳୁଛି ପ୍ରଚୁର ଅର୍ଥ। ତାହା ହେଉଛି ସେମାନଙ୍କର ସୋସାଲ ମିଡିଆ ଆକାଉଣ୍ଟ। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ସୋସାଲ ମିଡିଆର ଅନ୍ୟତମ ସର୍ବାଧିକ ଆୟକାରୀ ସେଲିବ୍ରିଟି। ଏହା ଜଣାପଡିଛି ବ୍ରିଟିଶ ସୋସାଲ ମିଡିଆ ମ୍ୟାନେଜମେଣ୍ଟ କମ୍ପାନୀ ହୁପର ଏଚ୍କ୍ୟୁ ସୂତ୍ରରୁ। ନିକଟରେ ହୁପର ୨୦୧୯ ବର୍ଷର ରିଚ୍ ଲିଷ୍ଟ ଜାରି କରିଛନ୍ତି। ଯେଉଁଥିରେ ପ୍ରିୟଙ୍କାଙ୍କୁ ସୋସାଲ ମିଡିଆର ଉଚ୍ଚ ଆୟକାରୀ ବୋଲି ଦର୍ଶାଇଛି ହୁପର। ସେ ଇଂଷ୍ଟାଗ୍ରାମରେ ତାଙ୍କର ଗୋଟିଏ ଫଟୋ ଅପଲୋଡ କରିବାକୁ ନେଉଛନ୍ତି ୧.୮୭ କୋଟି ଟଙ୍କା । ଏଥିରୁ ଅନ୍ୟ ସେଲିବ୍ରିଟିଙ୍କ ଆୟ କେବଳ ଅନୁମାନ କରାଯାଇପାରେ।

ହୁପର ରିଚ୍ ଲିଷ୍ଟରେ ପ୍ରିୟଙ୍କାଙ୍କ ସହ ଅଛନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି। ଇଂଷ୍ଟାରୁ ଆୟ ମାମଲାରେ ସୂଚୀର ଟପ୍ ରେ ଅଛନ୍ତି ବିଜନେସ୍ ୱିମେନ୍ କାଇଲି ଜେନର। କାଇଲି ହେଉଛନ୍ତି ରିଏଲିଟି ଟିଭି ଷ୍ଟାର କିମ୍, କୋଲ ଓ କର୍ଟନୀ କାର୍ଦଶିୟନଙ୍କ କଜିନ ସିଷ୍ଟର। ତେବେ ପ୍ରୀୟଙ୍କାଙ୍କର ଇଂଷ୍ଟାରେ ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷରୁ ବି ଅଧିକ। ଏଥିନିମନ୍ତେ ଚଳିତ ବର୍ଷ ତାଙ୍କ ଇଂଷ୍ଟା ଆକାଉଣ୍ଟକୁ ମୋଷ୍ଟ ଫଲୋଅଡ ଆକାଉଣ୍ଟ ପୁରସ୍କାର ବି ମିଳିଛି। ତେବେ ପ୍ରିୟଙ୍କା ଚୋପ୍ରା ହୁପର ରିଚ୍ ଲିଷ୍ଟକୁ ନେଇ ଏପର୍ଯ୍ୟନ୍ତ କୌଣସି ମତାମତ ଦେଇ ନାହାନ୍ତି।

ସେହିପରି ଟିମ୍ ଇଣ୍ଡିଆ କ୍ୟାପ୍ଚେନ ବିରାଟ କୋହଲି ଇଂଷ୍ଟାରେ ଗୋଟିଏ ଫଟୋ ଅପଲୋଡ ନିମନ୍ତେ ନେଉଛନ୍ତି ୧.୩୫ କୋଟି ଟଙ୍କା। କେବଳ ବିରାଟ କି ପ୍ରିୟଙ୍କା ନୁହନ୍ତି ବଲିଉଡ, କ୍ରିକେଟ ଓ ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକେ ମଧ୍ୟ ଇଂଷ୍ଟା ଓ ଅନ୍ୟ ସୋସାଲମିଡିଆରୁ ପ୍ରଚୁର ଆୟକ କରୁଛନ୍ତି। ଏଥି ପାଇଁ ସୋସାଲ ମିଡିଆ ସେଲେବ୍ରିଟିଙ୍କ ଫଲୋର୍ସଙ୍କ ସମେତ ସେମାନେ ଗୋଟିଏ ଗୋଟିଏ ପୋଷ୍ଟକୁ ଦେଉଥିବା ବିଭିନ୍ନ ଲାଇକର ମଧ୍ୟ କାଉଣ୍ଟ ହେଉଛି।