Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମହିଳାଙ୍କ ପାଖକୁ ପହଞ୍ଚିବା ପାଇଁ ସୋସିଆଲ ମିଡ଼ିଆ ଏକ ସର୍ବୋତ୍ତମ ଜରିଆ

15/03/2020 at 11:32 AM

ନୂଆଦିଲ୍ଲୀ ୧୫/୦୩ : ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ | ଯେଉଁସବୁ ଜାଗା ସରକାରୀ ସୁବିଧାର ବହୁ ଦୂରରେ | ଏହିସବୁ ଜାଗାମାନଙ୍କ ମଧ୍ୟରେ ଏମିତି କିଛି ଜାଗା ରହିଛି ଯେଉଁଠି ଲୋକେ କୁପୋଷଣର ଶିକାର ହୋଇଛନ୍ତି | ୟୁନିସେଫ ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତିବର୍ଷ ୬୮ ପ୍ରତିଶତ ୫ ବର୍ଷ ରୁ କାମ ବୟସ ଶିଶୁ କୁପୋଷଣ ଯୋଗୁଁ ପ୍ରାଣ ହରାଇଥାନ୍ତି | ଏଭଳି କ୍ଷେତ୍ରରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ହ୍ୱାଟ୍ସଆପ ଏବଂ ଫେସବୁକ ଜରିଆରେ କୁପୋଷଣ ଗ୍ରାସିତ ଅଞ୍ଚଳକୁ ପହଞ୍ଚିବାରେ ସହାୟକ ହୋଇଛି |

ନୀତି ଆୟୋଗର ଏକ ଷ୍ଟଡିରୁ ସ୍ପଷ୍ଟ ହୋଇଛି ଯେ, ସୋସିଆଲ ମିଡ଼ିଆ ଜରିଆରେ କେନ୍ଦ୍ର ପରିଚାଳିତ ପୋଷଣ ଅଭିଯାନ ମହିଳାମାନଙ୍କ ପାଖରେ ପହଞ୍ଚିବାରେ ବହୁତ ସହାୟକ ହୋଇଛି | ନଭେମ୍ବର ୨୦୧୮ ମସିହାରୁ ନଭେମ୍ବର ୨୦୧୯ ମସିହା ମଧ୍ୟରେ ମହିଳାମାନଙ୍କ ନିକଟରେ ପହଞ୍ଚିବା ଭଏସ ମେସେଜ ଦ୍ୱାରା ୧୩ ପ୍ରତିଶତରୁ ୩୯ ପ୍ରତିଶତ ବୃଦ୍ଧି ହୋଇଛି | ହ୍ୱାଟ୍ସଆପ ଯୋଗୁଁ ପୋଷଣ ଅଭିଯାନ ବହୁତ ଆଗେଇ ପାରିଛି | ହ୍ୱାଟ୍ସଆପ ୯ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଫେସବୁକ ୬ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି |

Women use mobile application software on smartphone phone .

ପ୍ରତ୍ୟେକ କ୍ଷେତ୍ରରେ ସୋସିଆଲ ମିଡ଼ିଆ ବର୍ତ୍ତମାନ ଯୋଗାଯୋଗର କେନ୍ଦ୍ରବିନ୍ଦୁ ସାଜିଛି | ସେଥିପାଇଁ ବର୍ତ୍ତମାନ ମହିଳାମାନେ ମଧ୍ୟ ମୋବାଇଲ ଫୋନର ବ୍ୟବହାର ଅଧିକ କରୁଛନ୍ତି |

ଦେଶର ୧୬ଟି ପଛୁଆ ଏବଂ ଅନୁନ୍ନତ ୧୧୨ ଜିଲ୍ଲାରେ ୧୯୦୧ ମହିଳାମାନଙ୍କ ମଧ୍ୟରେ ଏକ ରିସର୍ଚ୍ଚ କରାଯାଇଥିଲା | ଏହି ୧୧୨ଟି ଜିଲ୍ଲାରେ ସରକାର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଯୋଜନା କରିଛନ୍ତି | ଏହି ସର୍ଭେ ରିପୋର୍ଟ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ଗତ ଫେବୃଆରୀ ହସ୍ତାନ୍ତର କରାଯାଇଥିଲା |

୫ଟି ରାଜ୍ୟରୁ ଏହି ୧୬ଟି ଜିଲ୍ଲା ଚୟନ କରାଯାଇଥିଲା | ଏହିସବୁ ଜିଲ୍ଲାରେ କୁପୋଷଣର ଶିକାର ମହିଳାମାନଙ୍କୁ ଯୋଗାଯୋଗ କରିବା ପାଇଁ ଅନେକ ପ୍ରୋଗ୍ରାମ ଏବଂ ଇଭେଣ୍ଟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା | ଏହି ସବୁ ଅଞ୍ଚଳରେ ସରକାର ସ୍ୱାସ୍ଥ୍ୟ ସେବା, ସାନିଟେସନ ଏବଂ ପୋଷଣ ଅଭିଯାନ ଆରମ୍ବଭ କରିଥିଲେ | ଏହି ଅଭିଯାନ ୨୦୧୯ ମସିହାରେ ମହିଳାମାନଙ୍କ ପାଇଁ ଅଧିକ ସହାୟକ ହୋଇଛି | ଟେଲିଭିଜନ ପ୍ରୋଗ୍ରାମ ଜରିଆରେ  ୨୦୧୯ ମସିହାରେ ଭିଲେଜ ହେଲ୍ଥ ସାନିଟେସନ ଆଣ୍ଡ ନ୍ୟୁଟ୍ରିସନ ଡେ ୬୫ ପ୍ରତିଶତ ମହିଳାଙ୍କ ପାଖକୁ ପହଂଚି ପାରିଥିଲା |

ନୀତି ଆୟୋଗରେ ହେଲ୍ଥ ଏବଂ ନ୍ୟୁଟ୍ରିସନର ଆଡ଼ଭାଇଜର ଆଲୋକ କୁମାର କହିଛନ୍ତି ଯେ, ମହିଳାଙ୍କ ବିକାଶ ପାଇଁ ସରକାର ଏହିସବୁ ପ୍ରୋଗ୍ରାମ ନିୟମିତ ଭାବେ ସମ୍ପାଦନା କରୁଛନ୍ତି | ସେ କହିଛନ୍ତି ଯେ, ୨୦୧୮ ମସିହାରେ ଆରମ୍ଭ କରାଯାଇଥିବା ଏହି ପ୍ରୋଗ୍ରାମ ଆରମ୍ଭ ହେବା ପରେ ମହିଳାଙ୍କ ପୋଷଣରେ ଅନେକ ପରିବର୍ତ୍ତନ ହୋଇଛି | ଅନେକ ହିତାଧିକାରୀ ଜାଣିନାହାନ୍ତି ଯେ, ଛୋଟ ଛୋଟ ପଦକ୍ଷେପ ଅନେକ ବଡ ବଡ ପରିବର୍ତ୍ତନ ପାଇଁ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି |

   Related Posts